Latest Odisha News

କାଲିଠୁ ୨ ଦିନ ଶିମିଳିପାଳ ବନ୍ଦ

ବାରିପଦା: ଆସନ୍ତାକାଲିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ । ୪ ଓ ୫ ତାରିଖ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଜାତୀୟ ପ୍ରାଣୀ ଉଦ୍ୟାନ ।  ସମ୍ଭାବ୍ୟ ବାତ୍ୟା ଜଓ୍ୱାଦକୁ ଦୃଷ୍ଟିରେ ରଖି ବନ୍ଦ ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ । ଏହାପରେ କେବେ ଖୋଲିବ ସୂଚନା ଦିଆଯିବ । ବାତ୍ୟା ଜଓ୍ୱାଦ ଓଡ଼ିଶା ଉପକୂଳରେ ପ୍ରଭାବ ପକାଇବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଆସନ୍ତାକାଲି ସକାଳେ ସାମୁଦ୍ରିକ ଝଡ଼ ଜଓ୍ୱାଦ ଓଡ଼ିଶା ଉପକୂଳରେ ପହଞ୍ଚିବ । ତାପରେ କୁଆଡ଼େ ଯିବ ପୂର୍ବାନୁମାନ କରାଯାଇନି । ତେବେ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବି ବର୍ଷା ପବନ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଶିମିଳିପାଳ ଜାତୀୟ ପ୍ରାଣୀ ଉଦ୍ୟାନକୁ ଦୁଇ ଦିନ ବନ୍ଦ ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ ।

Leave A Reply

Your email address will not be published.