Latest Odisha News

BREAKING NEWS

କ୍ୱାରେଂଟାଇନରେ ବି କଡା ଅଭ୍ୟାସ କରୁଛନ୍ତି ଟିମ୍ ଇଣ୍ଡିଆର ଯୁବ ଖେଳାଳି

ମୁମ୍ବାଇ:ଆସନ୍ତା ମାସରେ ହେବାକୁ ଥିବା ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ କଡା ଅଭ୍ୟାସ କରୁଛନ୍ତି । ଈଶାନ୍ତ ଶର୍ମା, ମହମ୍ମଦ ସାମି, ରିଷଭ ପନ୍ତ, ଶୁଭମନ ଗିଲ ଜିମରେ ୱାର୍କ ଆଉଟ କରୁଥିବା ଦେଖିବାକୁ ମିଳିଛି । ୧୮ ଜୁନରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଏହା ପରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଭାରତର ଉଭୟ ପୁରୁଷ ଏବଂ ମହିଳା ଟିମ୍ ଇଂଲଣ୍ଡ ଗସ୍ତରେ ଯିବେ । ଅଧିକାଂଶ ଖେଳାଳି ଏବେ ମୁମ୍ବାଇରେ ୧୯ ମେରୁ କ୍ୱାରେଂଟାଇନରେ ଅଛନ୍ତି । ଅଧିନାୟକ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେଙ୍କ ସମେତ ଅନ୍ୟ କେତେ ଜଣ ଖେଳାଳି ୨୪ମେରେ ବାୟୋ ବବଲରେ ପଂହଚିଥିଲେ ।

୨ ଜୁନରେ ଇଂଲଣ୍ଡ ଗସ୍ତରେ ଭାରତ ଟିମ ଯିବ । ସେଠାରେ ୧୦ ଦିନ ପୁନର୍ବାର କ୍ୱାରେଂଟାଇନରେ ରହିବ । ଅବଶ୍ୟ ୩ ଦିନ ପରେ ଖେଳାଳିମାନଙ୍କୁ ଅଭ୍ୟାସ କରିବା ପାଇଁ ସୁଯୋଗ ଦିଆଯିବ । ଖେଳାଳିମାନେ ଭ୍ୟାକ୍ସିନର ପ୍ରଥମ ଡୋଜ ନେଇସାରିଛନ୍ତି । ଦ୍ୱିତୀୟ ଡୋଜ ଇଂଲଣ୍ଡରେ ସେମାନଙ୍କୁ ଦିଆଯିବ ।

Leave A Reply

Your email address will not be published.