Latest Odisha News

ବ୍ରହ୍ମାସ୍ତ୍ରର ୧୦ ଟିଜର, ୧୩ ମୋଶନ ପୋଷ୍ଟର୍ସକୁ ମିଳିଲା ଅନୁମତି

ମୁମ୍ବାଇ: ଧର୍ମା ପ୍ରଡକ୍ସନର ବ୍ରହ୍ମାସ୍ତ୍ର ଫିଲ୍ମ କରୋନା ମହାମାରୀ ଯୋଗୁ ପ୍ରାୟ ୧ ବର୍ଷ ଧରି ରିଲିଜ ନ ହୋଇ ଅଟକି ରହିଛି । ରଣବୀର କାପୁର ଅଭିନୀତ ଏହି ଫିଲ୍ମର ୧୦ ଟିଜର ଏବଂ ୧୩ ମୋଶନ ପୋଷ୍ଟର୍ସକ୍‌ୁ କ୍ରିଏଟିଭସ ସେଂଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଶନ ଅନୁମତି ପ୍ରଦାନ କରିଛି । ଫିଲ୍ମ ରିଲିଜ ପୂର୍ବରୁ ଧର୍ମା ପ୍ରଡକ୍ସନର କରନ ଜୋହର ଏଥିନେଇ ଆଗୁଆ ଆବେଦନ କରିଥିଲେ । ଏବେ ଏହି ଟିଜରକୁ ୟୁ ସାର୍ଟିଫିକେଟ ମିଳିଛି ।

ଅୟାନ ମୂର୍ଖାଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ମରେ ରଣବୀରଙ୍କ ବ୍ୟତୀତ ଆଲିୟା ଭଟ୍ଟ, ମୌନୀ ରାୟ, ନାଗାର୍ଜୁନ ଓ ଡିମ୍ପଲ କାପାଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ଫିଲ୍ମଟି ୩ଟି ପାର୍ଟ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.