Latest Odisha News

ଟୁଲକିଟ ସହ ସାମ୍ନାକୁ ଆସିଲା ଆଇଏସଆଇର ଗେମପ୍ଲାନ: ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ପୂର୍ବରୁ କରୁଥିଲା ଷଡଯନ୍ତ୍ର

ନୂଆଦିଲ୍ଲୀ: ବିଦେଶ ମାଟିରେ ଭାରତ ବିରୋଧରେ  ବଡ ଧରଣର ଷଡଯନ୍ତ୍ର  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ପ୍ରସ୍ତୁତ ହୋଇଛି ବଡ ଧରଣର ଷଡଯନ୍ତ୍ର । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଆମେରିକାରେ ସକ୍ରିୟ ଥିବା ଖଲିସ୍ତାନ ସମର୍ଥିତ ସଂଗଠନ ଏବଂ ଅନ୍ୟ ଭାରତ ବିରୋଧୀ ସଂଗଠନ ସହ ବୈଠକ କରିଛି । ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆଇଏସଆଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଯାତ୍ରାକୁ ବିରୋଧ କରିବା ପାଇଁ ଗତ କିଛି ଦିନ ହେବ ଆଇଏସଆଇ ଲାଗି ପଡିଛି । ଏପରିକି ଆଇଏସଆଇ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଅନେକ ଭାରତ ବିରୋଧୀ ସଂଗଠନକୁ ଆର୍ଥିକ ସହଯୋଗ ବି କରୁଛି ।

ଆମେରିକା ଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଗତ ପାଇଁ ଯେପରି ଭବ୍ୟ ଆୟୋଜନ କରାଯାଇଛି ତାହା ପାକିସ୍ତାନର ମୁଣ୍ଡବିନ୍ଧା ବଢାଇ ଦେଇଛି । ଆମେରିକାରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏପରି ସମ୍ବର୍ଦ୍ଧନାକୁ ପାକିସ୍ତାନ ହଜମ କରିପାରୁନି । ତେଣୁ ଏହାକୁ ବିଫଳ କରିବା ପାଇଁ ଚକ୍ରାନ୍ତ ଆରମ୍ଭ କରିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରେଧାରେ ଏକ ଟୁଲକିଟ ମଧ୍ୟ ପ୍ରସ୍ତୁତ କରିଛି । ଏହି ଟୁଲ କିଟରେ କେମିତି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯିବ ଏବଂ କେଉଁ କେଉଁ ସ୍ଥାନରେ ଧାରଣା ପ୍ରଦର୍ଶନ କରିବ ତାହାର ବ୍ଲୁ ପ୍ରିଣ୍ଟ ରହିଛି ।

ସେତିକି ନୁହେଁ, ଧାରଣା ସମୟରେ କେଉଁ କେଉଁ ପୋଷ୍ଟରର ବ୍ୟବହାର କରାଯିବ  ଏହାର ପ୍ରସ୍ତୁତି ମଧ୍ୟ ପୂର୍ବରୁ କରାଯାଇ ସାରିଛି । ଯେଉଁ ଲୋକମାନେ ବିରୋଧ ପ୍ରଦର୍ଶନ କରିବେ ସେମାନଙ୍କୁ ଧାରଣାସ୍ଥଳକୁ ନେଇ ଯିବା ପାଇଁ ବସର ବ୍ୟବସ୍ଥା କରାଯାଇଛି ।

ଭାରତ ବିରୋଧରେ ଚଲାଇଥିବା ଏହି ଷଡଯନ୍ତ୍ରକୁ ସଫଳ କରିବା ପାଇଁ ଏକ ସ୍ୱତନ୍ତ୍ର ୱେବସାଇଟ ବି କରାଯାଇଛି । ଏହି ୱେବସାଇଟରେ ସମସ୍ତଙ୍କୁ ସେମାନଙ୍କର ନାଁ ରେଜିଷ୍ଟ୍ରେଶନ କରାଇବା ପାଇଁ କୁହାଯାଇଛି । ଏହାଦ୍ୱାରା ଭାରତ ବିରୋଧୀ  ଷଡଯନ୍ତ୍ର ସଫଳ ହୋଇପାରିବ ବୋଲି କୁହାଯାଇଛି।

ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ ତାରିଖରେ ଆମେରିକା ଗସ୍ତରେ ଯାଉଛନ୍ତି । ଏହି ଅବସରରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିସହିତ ହ୍ୱାଇଟ ହାଉସ ଭିଜିଟ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେଣୁ ଆଇଏସଆଇ ଭାରତ ବିରୋଧରେ ଏପରି ଷଡଯନ୍ତ୍ର କରୁଛି । ପ୍ରଧାନମନ୍ତ୍ରୀ ଆମେରିକା ଯାତ୍ରା ସମୟରେ ଯେଉଁ ରାସ୍ତା ବ୍ୟବହାର କରିବେ ସେହି ରାସ୍ତାରେ ତାଙ୍କ ବିରୋଧରେ ପୋଷ୍ଟରମାନ ଲଗାଯିବାର ଯୋଜନା କରାଯାଉଛି ।  ଭାରତୀୟ ସେନା ବିରୋଧରେ ମାନବାଧିକାର ହତ୍ୟା କରୁଥିବା ଅଭିଯୋଗ ସହ ଜଡିତ ପୋଷ୍ଟର ସହ ଏହି ଭାରତ ବିରୋଧୀ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ    #ModiNotWelcome ପରି ହ୍ୟାସଟାଗ ମଧ୍ୟ  ତିଆରି କରାଯାଇଛି ।

Leave A Reply

Your email address will not be published.