ଗ୍ବାହାଟୀ: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଆତଙ୍କବାଦୀ ସଂଗଠନ ଆଇଏସଆଇସର ଭାରତ ମୁଖ୍ୟ ହାରିସ ଫାରୁକି ଓ ତାର ସହଯୋଗୀ ଅନୁରାଗ ସିଂହଙ୍କୁ ଗିରଫ କରାଯାଇଛି । ଉଭୟଙ୍କୁ ଆସାମର ଧୁବରୀ ଜିଲ୍ଲା ଅନ୍ତର୍ଗତ ଧର୍ମଶାଳାରୁ ଗିରଫ କରିଛି ଏସଟିଏଫ ।
ଆସାମୀ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ‘ଯେତବେଳେ ଉଭୟ ଆତଙ୍କୀ ବାଂଲାଦେଶ ସୀମାରୁ ଭାରତ ମଧ୍ୟକୁ ପ୍ରବେଶ କରୁଥିଲେ ସେହି ସମୟରେ ଏହି ଗିରଫ କରାଯାଇଛି । ଆତଙ୍କବାଦୀ ହାରିସ ଫାରୁକି ଓରଫ ଅଜମଲ ସହ ତାର ସହଯୋଗୀ ଅନୁରାଗ ସିଂ ଓରଫ ରେହାନକୁ ମଧ୍ୟ ଗିରଫ କରାଯାଇଛି । ବିଶେଷସୂତ୍ରରୁ ଖବରପାଇ ଧୁବରୀ ଜିଲ୍ଲା ଧର୍ମଶାଳା ଅଞ୍ଚଳରୁ ଉଭୟଙ୍କୁ ଆସାମ ଏସଟିଏଫ ଦ୍ୱାରା ସକାଳ ପ୍ରାୟ ୪.୧୫ ସମୟରେ ଗିରଫ କରାଯାଇଥିଲା’ ।
ହାରିସ ଫାରୁକି ଓରଫ ହାରିସ ଅଜମଲ ଫାରୁକୀର ଘର ଡେହରାଡୁନର ଚକରାରେ ହୋଇଥିବାବେଳେ, ଫାରୁକିର ସହଯୋଗୀ ଅନୁରାଗ ସିଂ ଓରଫ ରେହାନର ଘର ହରିୟାଣର ପାନିପତରେ । ଅନୁରାଗ ସିଂ ଧର୍ମପରିବର୍ତ୍ତନ କରି ଇସଲାମକୁ ଗ୍ରହଣ କରିଥିଲା । ଅନୁରାଗର ସ୍ତ୍ରୀ ବାଙ୍ଗଲାଦେଶର ନାଗରିକ ।
ଉଭୟ ଫାରୁକି ଓ ରେହାନ ଆଇଏସଆଇଏସ ସଂଗଠନ ପାଇଁ ଦେଶର ଅନେକ ସ୍ଥାନରେ ପାଣ୍ଠି ଯୋଗାଡ ସହ ଆତଙ୍କବାଦୀ କାର୍ଯ୍ୟକଳାପକୁ ବାସ୍ତବରୂପ ଦେଉଥିଲେ । ଉଭୟଙ୍କ ବିରୋଧରେ ଏନ୍ଆଇଏ, ଏଟିଏସ୍ ଲକ୍ଷ୍ନୌରେ ମାମଲା ରୁଜୁ ହୋଇଛି । ଆସାମ ଏସଟିଏଫ ଦ୍ୱାରା ଉଭୟ ଆତଙ୍କବାଦୀଙ୍କୁ ଗିରଫ ପରେ ଗୌହାଟି ସ୍ଥିତ ଏସଟିଏଫ କାର୍ଯ୍ୟାଳୟକୁ ଅଣାଯାଇଛି । ଏସଟିଏଫ୍ ଦୁଇ ଜଣଙ୍କ ପଚରା ଉଚରା କରିବା ପରେ ଏନଆଇଏକୁ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି ।
Comments are closed.