Latest Odisha News

BREAKING NEWS

ରବିବାର ସତ୍ତ୍ଵେ ମଧ୍ୟ ମାର୍ଚ୍ଚ ୩୧ରେ ଖୋଲାରହିବ ସମସ୍ତ ବ୍ୟାଙ୍କ: ଆରବିଆଇ

ନୂଆଦିଲ୍ଲୀ; ମାର୍ଚ୍ଚ ୩୧ରେ ଖୋଲା ରହିବ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏନେଇ ନିର୍ଦ୍ଦେଶ ଦେଇଛି । ଚଳିତ ଆର୍ଥିକ ବର୍ଷର ଏହା ଶେଷ ଦିନ ହୋଇଥିବାରୁ ରବିବାର ସତ୍ତ୍ଵେ ମଧ୍ୟ ୩୧ ମାର୍ଚ୍ଚ ଦିନ ଖୋଲାରହିବ ସମସ୍ତ ବ୍ୟାଙ୍କ । ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଏନେଇ ଆର୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଆର୍ଥିକ ବର୍ଷ ଶେଷ ପର୍ଯ୍ୟନ୍ତ ଘଟୁଥିବା କାରବାର ସେହି ବର୍ଷରେ ପଞ୍ଜୀକୃତ ହେବା ଉଚିତ। ତେଣୁ କାର୍ଯ୍ୟ କରିବାକୁ ସମସ୍ତ ବ୍ୟାଙ୍କକୁ ପଠାଯାଇଥିବା ଚିଠିରେ ଦର୍ଶାଯାଇଛି।

ସୂଚନା ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷର ଶେଷ ଦିନ ହେଉଛି ମାର୍ଚ୍ଚ ୩୧। ଆର୍ଥିକ ବର୍ଷର ଶେଷ ଦିନ ସରକାରୀ ନେଣଦେଣକୁ ସୂଚାରରୂପେ ତୁଲାଇବା ପାଇଁ ମାର୍ଚ୍ଚ ୩୧ରେ ସବୁ ବ୍ୟାଙ୍କର ବ୍ରାଞ୍ଚଗୁଡ଼ିକ ଖୋଲା ରହିବ। ସେପଟେ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ଲୋକଙ୍କ ସୁବିଧା ପାଇଁ ଆୟକର ବିଭାଗ ଏବଂ ଜିଏସଟି କାର୍ଯ୍ୟାଳୟ ଶନିବାର ଏବଂ ରବିବାର ଖୋଲା ରହିବ । ଏହାଦ୍ୱାରା ଲୋକଙ୍କୁ ଆୟକର ପଇଠ ଏବଂ ଜିଏସଟି ପଇଠ କରିବାରେ ସହଜ ହୋଇଯିବ । ତେବେ ଆୟକର ବିଭାଗ ନିଜେ ସମସ୍ତ କାର୍ଯ୍ୟାଳୟ ଖୋଲା ରଖିବା ପାଇଁ ନିଷ୍ପତ୍ତି ନେଇଛି । ଗୁଡ୍ ଫ୍ରାଇଡେ ଛୁଟି ସହିତ ଶନିବାର ଏବଂ ରବିବାର ଛୁଟିକୁ ମଧ୍ୟ ରଦ୍ଦ କରିଦେଇଛି ବିଭାଗ ।

ସୂଚନାଯୋଗ୍ୟ ଯେ, ଆରବିଆଇ ୨୦୨୪ବର୍ଷ ପାଇଁ ବ୍ୟାଙ୍କ ଛୁଟିଦିନର ତାଲିକା ପ୍ରକାଶ କରିଥିଲା । ଯେଉଁଥିରେ ବିଭିନ୍ନ ରାଜ୍ୟରେ ଘଟୁଥିବା ଅନେକ ପର୍ବର ଛୁଟି ବ୍ୟତୀତ ଦ୍ଵୀତିୟ ଏବଂ ତୃତୀୟ ଶନିବାର ଏବଂ ରବିବାର ଛୁଟି ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ଏହି ଅନୁଯାୟୀ, ମାର୍ଚ୍ଚ ମାସରେ ବ୍ୟାଙ୍କଗୁଡିକ ମୋଟ ୧୪ ଦିନ ବନ୍ଦ ରହିବାର ସୂଚନା ମିଳିଥିଲା ।

 

Leave A Reply

Your email address will not be published.