Latest Odisha News

ତାଲିବାନକୁ ଟାର୍ଗେଟ କଲା ଆଇଏସଆଇଏସ, ଆକ୍ରମଣରେ ୩୫ରୁ ଅଧିକ ତାଲିବାନୀ ମୃତ

ଆଫଗାନିସ୍ତାନ : ଆଫଗାନିସ୍ତାନରେ ପୁଣି ମୁଣ୍ଡ ଟେକିଲା ଆତଙ୍କୀ ସଙ୍ଗଠନ ଆଇଏସଆଇଏସ । ଗତ ଦୁଇ ଦିନ ଧରି ବିଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣରେ ତାଲିବାନକୁ ଟାର୍ଗେଟ କରିଛି ସଙ୍ଗଠନ । ବିଭିନ୍ନ ଆକ୍ରମଣରେ ୩୫ରୁ ଅଧିକ ତାଲିବାନୀ ମୃତାହତ ହୋଇଛନ୍ତି । ନଙ୍ଗରହାର ପ୍ରଜାତନ୍ତ୍ରରେ ତାଲିବାନ ବାହିନୀର ଏକ ଗାଡି ଯାଉଥିବା ବେଳେ ଏହାକୁ ଟାର୍ଗେଟ୍ କରି ବିସ୍ଫୋରଣ ଘଟାଯାଇଛି । ଘଟଣାସ୍ଥଳରେ ଜଣେ ଶିଶୁର ମୃତ୍ୟୁ ହେବା ସହ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ତାଲିବାନ କର୍ମୀ ରହିଛନ୍ତି । ଜଲାଲାବାଦ ସହରରେ ତାଲିବାନର ଏକ ଗାଡି ଯିବାବେଳେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଲାଗି ନିଜକୁ ଦାୟୀ କରିଛି ଆତଙ୍କୀ ସଙ୍ଗଠନ ଆଇଏସଆଇଏସ-କେ ।

ଗତ ଶନିବାର ବି ତାଲିବାନର ଏକ ଗାଡିକୁ ଟାର୍ଗେଟ କରି ଏକ ବିସ୍ଫୋରଣ ହୋଇଥଲା । ଯେଉଁଥିରେ ୨୦ ଜଣ କର୍ମୀ ମୃତାହତ ହୋଇଥିଲେ । ସେପଟେ ତାଲିବାନ ବାହିନୀ ବିରୋଧରେ ପୁଣି ତାତିଛନ୍ତି ମହିଳା । ବିଭିନ୍ନ ସ୍ଥାନରେ କରିଛନ୍ତି ପ୍ରତିବାଦ । ସେକଣ୍ଡାରୀ ସ୍କୁଲ ଖୋଲିବାକୁ ଦାବି କରିବା ସହ ମହିଳା ମନ୍ତ୍ରାଳୟକୁ ପୁନର୍ଗଠନ କରିବାକୁ ଦାବି କରିଛନ୍ତି । ମହିଳାଙ୍କ ଶିକ୍ଷା ଅଧିକାର କ୍ଷୁର୍ଣ୍ଣ ନ କରିବା ଲାଗି ବିଭିନ୍ନ ମହିଳା ସଙ୍ଗଠନ, ସାମାଜିକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି । ଅନେକ ପରିବାର ଲାଗି ମହିଳାମାନେ ମୁଖ୍ୟ ରୋଜଗାରର ମାଧ୍ୟମ ହୋଇଥିବା ବେଳେ ସେମାନଙ୍କୁ କାମ କରିବାକୁ ଅନୁମତି ଦିଆଯାଉ ନ ଥିବାରୁ ପରିବାର ଭୋକ ଉପାସରେ ରହୁଛନ୍ତି ।

Leave A Reply

Your email address will not be published.