Latest Odisha News

ବିଦେଶରେ ଅଦିନିଆ ରଥଯାତ୍ରା ପାଳିବାକୁ ଇସ୍କନର ପ୍ରୟାସ, ତେଜୁଛି ଅସନ୍ତୋଷ

ଭୁବନେଶ୍ୱର: ଯୁକ୍ତରାଷ୍ଟ୍ର ଆମେରିକାରେ ଇସ୍କନ୍ ହୋଷ୍ଟନ ୟୁନିଟ୍ ପକ୍ଷରୁ ଅଦିନିଆ ‘ସ୍ନାନା ଯାତ୍ରା’ ଏବଂ ‘ରଥ ଯାତ୍ରା’ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଯାହାକୁ ନେଇ ଓଡିଶା ତଥା ବାହାରେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।

ଇସ୍କନର ହୋଷ୍ଟନ୍ ୟୁନିଟ୍ ୱେବସାଇଟରେ ପ୍ରକାଶିତ ଏକ ସୂଚନା ଅନୁଯାୟୀ, ନଭେମ୍ବର ୩ରେ ‘ସ୍ନାନା ଯାତ୍ରା’ ଆୟୋଜନ କରିବାକୁ ଥିବା ବେଳେ ନଭେମ୍ବର ୯ରେ ରଥ ଯାତ୍ରା ଆୟୋଜନ କରିବାକୁ ଯୋଜନା ରହିଛି।

ଅଦିନିଆ ମହାପ୍ରଭୁଙ୍କ ରୀତିନୀତି ପାଳନ କରିବାର ଏହି ପ୍ରୟାସକୁ ନେଇ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply

Your email address will not be published.