Latest Odisha News

BREAKING NEWS

ଭୟଙ୍କର ହେଉଛି ଇରାନ-ଇସ୍ରାଏଲ ଯୁଦ୍ଧ, ଭାରତରେ ଡବଲ ହୋଇଯିବ ତେଲ ଦର ?

ନୂଆଦିଲ୍ଲୀ: ଭୟଙ୍କର ହେଉଛି ଇରାନ-ଇସ୍ରାଏଲ ଯୁଦ୍ଧ। ମସାଇଲ ମାଡ଼ରେ ଛାରଖାର ଦୁଇ ଦେଶ । ଏତେ ବଡ଼ ଯୁଦ୍ଧ ହେବ ବୋଲି ଭାବି ନଥିଲା ବିଶ୍ୱ । ଏବେ ପୂରା ବିଶ୍ୱ ଚ୍ୟାଲେଞ୍ଜ ହୋଇ ଏହି ଇରାନ-ଇସ୍ରାଏଲ ଯୁଦ୍ଧ । ତେବେ ବଡ଼ କଥା ହେଉଛି ଯୁଦ୍ଧ ଭିତରେ ବିଶ୍ବ ଉପରେ କେମିତି ପଡ଼ିବ ପ୍ରଭାବ ? ଏବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ । ବିଶେଷଜ୍ଞ କିନ୍ତୁ କହିଲେଣି ଆଗକୁ ବିଶ୍ବ ଉପରେ ଯୁଦ୍ଧର ପ୍ରଭାବ ପଡ଼ିବ ନିଶ୍ଚିତ । କାରଣ, ଇରାନର ପରମାଣୁ ଠିକଣା ଉପରେ ଆକାଣ ମାର୍ଗରୁ ଆକ୍ରମଣ କରିଛି ଇସ୍ରାଏଲ । ଯାହାର ସିଧା ପ୍ରଭାବ ଅଶୋଧୀତ ତୈଳ ଉପରେ ପଡ଼ିଛି । ଆଉ ଯଦି ସତରେ ଏପରି ହେଉଛି ତେବେ ଆଗରୁ ଭାରତରେ ତୈଳ ଦର ବୃଦ୍ଧି ପାଇବ ନିଶ୍ଚିତ ।

ଯୁଦ୍ଧ ଭିତରେ ଅନ୍ତର୍ଜାତୀୟ ବଜାରରେ ଅଚାନକ ଅଶୋଧୀତ ତୈଳ ଦର ବୃଦ୍ଧି ପାଇଛି । ବ୍ୟାରେଲ ପିଛା ୧୦% ବଢ଼ିଛି ପେଟ୍ରୋଲ ଓ ଜିଜେଲ ଦର । ଏଭଳି ସ୍ଥିତିରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବା ନେଇ ଆଶଙ୍କା ଦେଖାଦେଲାଣି । ଇରାନ ବିଶ୍ଵର ଦ୍ଵିତୀୟ ବୃହତ୍ ତେଲ ଉତ୍ପାଦନକାରୀ ଦେଶ । ଏହା ଉପରେ ବାଲିଷ୍ଟିକ ମିଶାଇଲ ମାଡ଼ କରିଛି ଇସ୍ରାଏଲ । ଭୌଗୋଳିକ ଦୃଷ୍ଟିକୋଣରୁ ମଧ୍ୟ ଇରାନର ଅବସ୍ଥିତି ବେଶ ଗୁରୁତ୍ଵ ବହନ କରିଥାଏ । ଇରାନ ଯଦି ଏଭଳି ଆକ୍ରମଣରେ ପ୍ରତିକ୍ରିୟାଶୀଳ ହୋଇ ଏହି ରାସ୍ତା ବନ୍ଦ କରିଦିଏ, ତେବେ ବିଶ୍ୱର ୨୦% ତେଲ ଯୋଗାଣ ବାଧାପ୍ରାପ୍ତ ହେବାର ଢେର ଆଶଙ୍କା ରହିଛି । ଭାରତ ଭଳି ପ୍ରମୁଖ ଆମଦାନିକାରୀ ଦେଶ ପାଇଁ ଏହା ଚିନ୍ତାର ବିଷୟ । ଭାରତ ଏହାର ତୈଳ ଆବଶ୍ୟକତାର ୮୦%ରୁ ଊର୍ଦ୍ଧ୍ବକୁ ଆମଦାନି ଜରିଆରେ ପୂରଣ କରିଥାଏ ।

ଇସ୍ରାଏଲ ଏବଂ ଇରାନ ମଧ୍ଯରେ ଲାଗି ରହିଥିବା ଯୁଦ୍ଧ କ୍ଷତିକାରକ ପାଲଟିବା ନେଇ ଆଶଙ୍କା ରହିଛି । ଭାରତ ଏହାର ତେଲ ଚାହିଦାର ସିଂହଭାଗ ଆମଦାନରୁ ପୂରଣ କରୁଥିବାରୁ ଦର ବଢ଼ିଲେ ଘରୋଇ ବଜାର ଉପରେ ବଡ଼ ଚାପ ପଡ଼ିବ । ଦର ଉପର ମୁହାଁ ହୁଏ ତେବେ ତୈଳ ବିପଣନ କମ୍ପାନି ଗୁଡ଼ିକ ପେଟ୍ରୋଲ ଡିଜେଲର ଦର ବଢ଼ାଇ ପାରନ୍ତି । ଏଭଳି ହେଲେ ପରିବହନ, ଖାଦ୍ୟ ସାମଗ୍ରୀ ସହ ଅନ୍ୟ ବର୍ଗ ସାମଗ୍ରୀଗୁଡ଼ିକ ମଧ୍ୟ ମହଙ୍ଗା, ହେବ । ଯୁଦ୍ଧ ଅଧିକ ଦିନ ଚାଲିଲେ ଲୋକେ ଦରଦାମ ଚାପର ବଶବର୍ତ୍ତୀ ହୋଇପାରନ୍ତି । ତେଲ ମହଙ୍ଗା ହେଲେ କମ୍ପାନିଗୁଡ଼ିକର ଖର୍ଚ୍ଚ ବଢ଼ିବ ଏବଂ ଲାଭ କମିବ। ଏହାକୁ ନେଇ ନିବେଶକ ମଧ୍ୟ ଆଶଙ୍କାରେ ରହିଛନ୍ତି । ତୈଳ ଦର ବୃଦ୍ଧି ପାଇଲେ ପୁଞ୍ଜି ବଜାର ଉପରେ ଏହାର ପ୍ରଭାବ ରହିବ । ତୈଳ ମୂଲ୍ୟ ବୃଦ୍ଧି ପାଇବା ଅର୍ଥ ମୁଦ୍ରାସ୍ଫୀତି ବୃଦ୍ଧି ପାଇବା । ଏହା ତେଲ ଆମଦାନୀ କରୁଥିବା ଦେଶଗୁଡ଼ିକର ଅର୍ଥନୀତି ଉପରେ ଖରାପ ପ୍ରଭାବ ପକାଇବ। ଆଉ ନିବେଶକମାନଙ୍କର ଭୟ ଯେ ଯଦି ତେଲ ମହଙ୍ଗା ହୁଏ, ତେବେ କମ୍ପାନୀଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବ ଏବଂ ଲାଭ ହ୍ରାସ ପାଇବ। ଏଥି ସହ ଏହା ପ୍ରଭାବରେ ଦେଶରେ ସୁନା ଦରରେ ବଡ଼ ହୋଇପାରେ । ସେହିଭଳି ଦରଦାମ ମଧ୍ୟ ଉଚ୍ଚା ରହିବ ।

Comments are closed.