ପୁରୀ: ଅହମଦାବାଦରେ ଘଟିଥିବା ପ୍ଲେନ୍ କ୍ରାସ୍ ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ। ଏହି ପରିପ୍ରେକ୍ଷୀରେ ନିଜର ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ନିଜ ବାଲୁକା କଳାରେ ସୁଦର୍ଶନ ଦେଇଛନ୍ତି ନେଭର ଏଗେନ ର ବାର୍ତ୍ତା।
ଆଉଥରେ ଏଭଳି ଦୁଃଖଦ ପରିସ୍ଥିତି ନଆସୁ, ସେନେଇ ଏହି ବାଲୁକା କଳାରେ କାମନା କରିଛନ୍ତି ସୁଦର୍ଶନ। ପ୍ରାୟ ୮ ଫୁଟ୍ ଉଚ୍ଚ ଓ ୯ ଟନ୍ ବାଲିରେ ପ୍ରସ୍ତୁତ ଏହି ବାଲୁକା କଳାରେ ରହିଛି ଭୟାବହ ଦୁର୍ଘଟଣାର ଅବିକଳ ବାଲୁକା ଚିତ୍ର। ଚିତ୍ରଟିରେ ଏୟାର ଇଣ୍ଡିଆର ବୋଇଂ ଏରପ୍ଲେନଟି ଦୁର୍ଘଟଣା ପରେ ବିଲ୍ଡିଙ୍ଗ ଭିତରେ ପଶିଯାଇଥିବାର ଦେଖାଯାଇଛି ।
ଦୁଃଖଦ ଘଟଣାକୁ ନେଇ ସୁଦର୍ଶନ ଗଭୀର ଦୁଃଖ ପ୍ରକାଶ କରିଥିବା ବେଳେ ମୃତକଙ୍କ ଆତ୍ମାର ଶାନ୍ତି ତଥା ପରିବାରର ମଙ୍ଗଳ କାମନା କରିଛନ୍ତି।
Comments are closed.