Latest Odisha News

BREAKING NEWS

ନିଆରା ବିବାହ, ତିନି ଫୁଟର ବରକୁ ତିନି ଫୁଟର କନ୍ୟା

ଉତ୍ତରପ୍ରଦେଶ: କୁହାଯାଏ ଯୋଡି ଉପରବାଲା ବନେଇଥାଏ, ଏଠାରେ ସେମାନେ ପରସ୍ପର ସହ ମିଶନ୍ତି । କୌଣସି ନା କୌଣସି ପ୍ରକାରେ ସମସ୍ତଙ୍କୁ ନିଜର ଜୀବନ ସାଥୀ ମିଳିଥଏ । ଏମିତି ଏକ ନିଆରା ବିବାହକୁ ନେଇ ଉତ୍ତରପ୍ରଦେଶରେ ଚର୍ଚ୍ଚା ଧରିଛି ।

ଉତ୍ତରପ୍ରଦେଶର ଆଲିଗଡ଼ରେ ୩ଫୁଟର ବର ଓ ବଧୂଙ୍କ ବିବାହ ଭିଡିଓ ଭାଇରାଲ ଖୁବ୍ ହେବାର ଲାଗିଛି। ଶେଷରେ ଇମ୍ରାନଙ୍କ ଇଚ୍ଛା ପୁରା ‌ହୋଇଛି। ସାତଜଣ ଭାଇ ଓ ଭଉଣୀଙ୍କ ମଧ୍ୟରୁ ସବୁଠାରୁ ଛୋଟ ଥିବା ୨୬ବର୍ଷୀୟ ଇମ୍ରାନଙ୍କ ବିବାହ ୨୨ବର୍ଷୀୟ ଖୁସବୁଙ୍କ ସହିତ ସମ୍ପର୍ଣ୍ଣ ହୋଇଛି। ଇମ୍ରାନଙ୍କ ଉଚ୍ଚତା ୩ଫୁଟ ଥିବାରୁ ତାଙ୍କୁ କନ୍ୟା ମିଳିବାରେ ବହୁ ଅସୁବିଧା ହେଉଥିଲ।  ପରିବାରଲୋକେ ବି ଇମ୍ରାନ ପାଇଁ କନ୍ୟା ଖୋଜି ଖୋଜି ଥିକି ପଡ଼ିଥି‌ଲେ।

ଇମରାନଙ୍କ ସାଙ୍ଗ ଅକରମ ଏହି ବିବାହକୁ ନେଇ କହିଛନ୍ତି, ‘ନିଜ ବିବାହକୁ ନେଇ ଚିନ୍ତାରେ ଥିବା ଇମରାନଙ୍କୁ ମୁଁ କହିଥିଲି ଯେମିତି ହେଲେ ଚଳିତବର୍ଷ ଭାଲେଣ୍ଟାଇନ ଡେ’ରେ ତାର ବିବାହ କରାଇବି। ଯାହାକି ପୁରା କରିଛି। ଏ ଉଚ୍ଚତା ପାଇଁ କ’ଣ କିଏ ଝିଅ ଦେବେ ବୋଲି ସବୁବେଳେ ସେ କହୁଥିଲା। ମୁଁ ତାକୁ ଧୌର୍ଯ୍ୟ ଧରିବାକୁ କହିଥିଲି।

ଆଉ ସାଙ୍ଗ ପାଇଁ ତାର ଉଚ୍ଚତାକୁ ଦେଖି ଝିଅ ଖୋଜିବା ଆରମ୍ଭ କରିଥିଲି। ଇଶ୍ବରଙ୍କ ଆର୍ଶୀବାଦରୁ ସେ ଯେମିତି ଝିଅ ଚାହୁଁଥିଲା ଖୁସବୁ ନାମରେ ସେମିତି ଝିଅଟିର ଖବର ପାଇଥିଲି। ଆଉ  ତାଙ୍କ ଘରକୁ ଯାଇ ଇମ୍ରାନଙ୍କ ବିବାହ ପ୍ରସ୍ତାବ ଦେଇଥିଲି। ଖୁସବୁ ପରିବାର ବି ଏହି ପ୍ରସ୍ତାବରେ ରାଜି ହୋଇଯାଇଥିଲେ। ଭାଲେଣ୍ଟାଇନ ଡେ’ରେ ଦୁହିଁଙ୍କ ବିବାହ ଧୁମଧାମରେ କରାଇଥିଲି। ଦୁହେଁ ତାଙ୍କ ବୈବାହିକ ଜୀବନରେ ଆଗକୁ ବଢ଼ନ୍ତୁ ଏହା ହିଁ ମୋର ଇଶ୍ବରଙ୍କ ନିକଟରେ ପ୍ରାର୍ଥନା।’

Leave A Reply

Your email address will not be published.