Latest Odisha News

BREAKING NEWS

୨୦ ବର୍ଷରୁ କମ ଫିଫା ବିଶ୍ୱକପ: କ୍ୱାର୍ଟରରେ ଆମେରିକା, ଇସ୍ରାଏଲ

ବୁଏନ୍ସ ଏରିସ: ଆର୍ଜେଂଟିନାରେ ଚାଲିଥିବା ୨୦ ବର୍ଷରୁ କମ ଫିଫା ବିଶ୍ୱକପର ରୋମାଂଚ ବଢ଼ିବାରେ ଲାଗିଛି । ବୁଧବାର ଚମତ୍କାର ପ୍ରଦର୍ଶନ କରି ଆମେରିକା ଓ ଇସ୍ରାଏଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି-କ୍ୱାର୍ଟରରେ ଆମେରିକା ୪-୦ ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ଆମେରିକା ପକ୍ଷରୁ ଓୟେନ ଓଲ୍ଫ(୨୫ତମ), କେଡ କାୱେଲ(୬୧ତମ), ଜଷ୍ଟିନ ଚେ (୭୫ତମ) ଓ ରୋକାସ ପୁକାସ୍ତାସ (୮୨ତମ)ଗୋଲ ସ୍କୋର କରିଥିଲେ । ନ୍ୟୁଜିଲାଣ୍ଡ କୌଣସି ଗୋଲ ସ୍କୋର କରିବାରେ ସଫଳ ହୋଇ ନ ଥିଲା ।

ଅନ୍ୟ ଏକ ମୁକାବିଲାରେ ଇସ୍ରାଏଲ ୧-୦ ଗୋଲରେ ଉଜବେକିସ୍ତାନକୁ ପରାସ୍ତ କରିଥିଲା । ଏହି ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ନିର୍ଦ୍ଧାରିତ ସମୟରେ କେହି କାହା ବିପକ୍ଷରେ ଗୋଲ ସ୍କୋର କରିପାରି ନ ଥିଲେ । ଇଞ୍ଜୁରୀ ଟାଇମରେ ଅନନ ଖାଲାଇଲ ନିର୍ଣ୍ଣାୟକ ଗୋଲଟି ସ୍କୋର କରିପାରିଥିଲେ । ପରବର୍ତୀ ରାଉଣ୍ଡ ଅଫ ମ୍ୟାଚରେ ବ୍ରାଜିଲ-ଟ୍ୟୁନିସିଆ ଓ କଲମ୍ବିଆ-ସ୍ଲୋଭାକିଆ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.