Latest Odisha News

BREAKING NEWS

+୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍‍ର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ରାଜ୍ୟର ବିଜ୍ଞାନରେ ପାସ ହାର ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ୮୧.୧୨ ପ୍ରତିଶତ ରହିଥିବା ବେଳେ କିସରେ ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ପାସ୍‍ ହାର ଶତ ପ୍ରତିଶତ ରହିଛି । ବିଜ୍ଞାନରେ ୪୦% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନରେ ମଧ୍ୟ ୪୦ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

କନ୍ଧମାଳର ଝିଅ ସ୍ମିତାରାଣୀ ମଲ୍ଲିକ (କନ୍ଧ) ବାଣିଜ୍ୟରେ ସର୍ବାଧିକ ୮୩ ପ୍ରତିଶତ ନମ୍ବର ରଖି କଲେଜ ଟପ୍‍ପର ହୋଇଛନ୍ତି । ସେହିପରି ବିଜ୍ଞାନରେ ଝାଡ଼ଖଣ୍ଡର କାଜଲ ମାର୍ଡି (ସାନ୍ତାଳ) ୮୨ ପ୍ରତିଶତ ନମ୍ବର କଲେଜ ଟପ୍‍ପର ହୋଇଛନ୍ତି ।

କିସ୍‍ର ଫଳାଫଳରେ ଆନନ୍ଦ ପ୍ରକାଶ କରିବା ସହ କୌଣସି ସ୍କୁଲରେ ଜନଜାତି ପିଲାମାନେ ପ୍ରତିବର୍ଷ ଲଗାତାର ଶତ ପ୍ରତିଶତ ସଫଳତା ପାଇବା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟର ବିଷୟ ଓ ଠାକୁରଙ୍କ ଆଶୀର୍ବାଦ ବିନା ସମ୍ଭବ ନୁହେଁ ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି । ଏହି ସଫଳତା ପଛରେ ନିରନ୍ତର ଉଦ୍ୟମ ଜାରି ରଖିଥିବା ଅଧ୍ୟାପକ ଅଧ୍ୟାପିକାଙ୍କୁ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.