Latest Odisha News

BREAKING NEWS

‘ଏକଲବ୍ୟ ପୁରସ୍କାର ୨୦୧୯’ ପାଇଁ ଯୋଗ୍ୟ ବିବେଚିତ ହେଲେ ଝିଲ୍ଳୀ ଦଳବେହେରା

ଭୁବନେଶ୍ୱର: ଅନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଭାରୋତଳକ ଝିଲ୍ଳୀ ଦଳବେହେରା ୨୦୧୯ ମସିହାର ସମ୍ମାଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୨୭ତମ ଏକଲବ୍ୟ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଇଛି ।

ଝିଲ୍ଳୀ ଦଳବେହେରା, ୦୧.୦୪.୨୦୧୭ ରୁ ୩୧.୦୩.୨୦୧୯ ମଧ୍ୟରେ ଆର୍ନ୍ତଜାତୀୟ ପ୍ରତିଯୋଗିତାରେ ୨ ସ୍ୱର୍ଣ୍ଣ, ୩ ରୋପ୍ୟ ଓ ୧ ବ୍ରୋଞ୍ଜ୍ ପଦକ ଜିଣି ନିଦ୍ୱର୍ନ୍ଦରେ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଆଗାମୀ ଏକଲବ୍ୟ ପୁରସ୍କାର ବିତରଣ ଉତ୍ସବରେ ସେ ୫ ଲକ୍ଷ ଟଙ୍କା ଓ ମାନପତ୍ରରେ ପୁରସ୍କୃତ ହେବେ । ତାଙ୍କ ସହ ଦୁଇ ଉପବିଜେତା; ଫୁଟ୍ବଲ୍ ଖେଳାଳୀ ଯବାମଣୀ ଟୁଡୁ ଓ ପ୍ରସିଦ୍ଧ ହକି ଖେଳାଳୀ ନମିତା ଟୋପ୍ପୋ, ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଓ ମାନପତ୍ର ଦ୍ୱାରା ସମ୍ମାନିତ କରାଯିବ ।

Leave A Reply

Your email address will not be published.