Latest Odisha News

BREAKING NEWS

ଜନତାଙ୍କ ଅକୁଣ୍ଠ ବିଶ୍ୱାସ ହିଁ ଆମକୁ ପ୍ରତିଦିନ ନିରନ୍ତର ସେବା କରିବା ପାଇଁ ଅପାର ଶକ୍ତି ଯୋଗାଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଜନଶୁଣାଣି ସୋମବାର ଭୁବନେଶ୍ୱର ୟୁନିଟ-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ହୋଇଯାଇଛି । ୧୬ତମ ଜନ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କ ସମସ୍ୟା ଶୁଣିଛନ୍ତି । ଅଭିଯୋଗ ଶୁଣିବା ସହ ସେସବୁର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଜନ ଶୁଣାଣି ସାରି ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସ ରେ ଲେଖିଛନ୍ତି ଯେ, ଜନତାଙ୍କ ଅକୁଣ୍ଠ ବିଶ୍ୱାସ ଓ ଆସ୍ଥା ହିଁ ଆମକୁ ପ୍ରତିଦିନ ନିରନ୍ତର ସେବା କରିବା ପାଇଁ ଅପାର ଶକ୍ତି ଯୋଗାଉଛି। ଏ ସରକାର ହେଉଛି ‘ଲୋକଙ୍କ ସରକାର’। ପ୍ରଶାସନ ଓ ଜନତାଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରି ବ୍ୟବସ୍ଥାକୁ ଲୋକଙ୍କ ଅତି ନିକଟତର କରିବା ପାଇଁ ଆମେ ପ୍ରତିବଦ୍ଧ । ଜନଶୁଣାଣି, ପାରଦର୍ଶୀ ପ୍ରଶାସନ ଓ ଦ୍ରୁତ କାର୍ଯ୍ୟାନୁଷ୍ଠାନ; ଉପରେ ଆଧାରିତ ଆମର ଶାସନ ବ୍ୟବସ୍ଥା ଆଜି ସାଧାରଣ ଲୋକଙ୍କ ଦୁଆରମୁହଁରେ ପହଞ୍ଚିପାରିଛି । ଆମ ସରକାରରେ କେହି ଜଣେ ବି ଯେମିତି ନ୍ୟାୟରୁ ବଞ୍ଚିତ ନ ହେବେ, ସେଥିପାଇଁ ଆମେ ସବୁପ୍ରକାର ପ୍ରୟାସ କରୁଛୁ ।

ଏହି କ୍ରମରେ, ଆଜି ଭୁବନେଶ୍ୱର ୟୁନିଟ-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ୧୬ତମ ଜନ ଶୁଣାଣି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଭାଇ-ଭଉଣୀଙ୍କ ଅଭିଯୋଗ ଶୁଣିବା ସହ ତାହାର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛି।

ଆପଣଙ୍କ ଭରସା ହିଁ ଆମର ପ୍ରେରଣା । ଏକ ସମୃଦ୍ଧ, ଶକ୍ତିଶାଳୀ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମର ପ୍ରତ୍ୟେକଟି ପଦକ୍ଷେପ ଆପଣଙ୍କ ସେବାରେ ସମର୍ପିତ।

Leave A Reply

Your email address will not be published.