ଭୁବନେଶ୍ବର: ଆଜି ସକାଳୁ ସକାଳୁ ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ନବ ଦାସଙ୍କଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଛି । ଆୟକର ଫାଙ୍କିବା ଅଭିଯୋଗରେ ଏହି ତନାଘନା ଚାଲିଛି। ୨୦ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଚଢ଼ାଉ ହୋଇଛି ।
ଏହି ଚଢ଼ାଉରେ ୨୦ ଟିମ୍ ସାମିଲ ଅଛନ୍ତି । ଆଜି ସକାଳ ୫ଟାରୁ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଦିଲ୍ଲୀ ସମେତ ୧୯ଟି ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି । ଅନ୍ୟପଟେ ୩ଟି ଅଫିସ ବନ୍ଦ ଅଛି ।
ଦୀପାଳି ଦାସ ପୁରୀରୁ ଫେରିଲେ ଅଫିସରେ ଚଢାଉ କରାଯିବ ବୋଲି ସୂଚନା ରହିଛି । ଏହି ଚଢ଼ାଉରେ ୧୦୦ ରୁ ଅଧିକ ଅଧିକାରୀ ସାମିଲ ରହିଛନ୍ତି ।
ଖବରମୁତାବକ, କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ଅଭିଯୋଗରେ ନବ ଦାସ ଲିଙ୍କରେ ସୁନ୍ଦରଗଡ଼ରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି ଓ ବ୍ୟାବସାୟିକ ସହଯୋଗୀଙ୍କ ଅଫିସରେ ଚଢ଼ାଉ କରି ଟ୍ରାନ୍ସପୋର୍ଟର ଦସ୍ତାବିଜ ମଧ୍ୟ ଯାଞ୍ଚ କରୁଛି ଟିମ୍ ।
Comments are closed.