Latest Odisha News

BREAKING NEWS

 ଆସନ୍ତାକାଲିଠୁ ପୁଣି ବର୍ଷା, ସତର୍କ ରହିବାକୁ କହିଲେ ଏସଆରସି

ଭୁବନେଶ୍ବର: ଆସନ୍ତାକାଲିଠୁ ପୁଣି ତିନି ଦିନ ବର୍ଷା ହେବ । ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସଂଭାବନା ରହିଛି ।  ଏହା ସହ ବିଜୁଳି ଘଡଘଡି ପାଇଁ ମଧ୍ୟ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ସେପଟେ ବନ୍ୟା ସ୍ଥିତିକୁ ନେଇ ଏସଆରସି ପ୍ରଦୀପ ଜେନା କହିଛନ୍ତି ଆଜି ରାତିଟି ଗୁରୁତ୍ୱପୂର୍ଣ୍ଣ ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ । ଏହା ସହ  ଏସଆରସି କହିଛନ୍ତି ଯେ କଟକର ମୁଣ୍ଡଳିରେ ଜଳସ୍ତର କମୁଛି, ୪ଟି ଜିଲ୍ଲାରେ ବନ୍ୟା  କମୁଛି । କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ବନ୍ୟା କମୁଛି , କଟକ ଓ ପୁରୀ ଜିଲ୍ଲାର ତଳିଆ ଅଞ୍ଚଳରେ ବି ପାଣି କମିଛି  । ଏଯାଏଁ ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି, ଘଳିଆ ପଡିଥିବା ସ୍ଥାନକୁ ମରାମତି କରାଯାଉଛି । ପାଣି ଘେରରେ ରହିଥିବା ଲୋକଙ୍କୁ ସମସ୍ତ ସହାୟତା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି । କାଲି ସକାଳ ବେଳକୁ ଜଳସ୍ତର କମିବ ବୋଲି ମଧ୍ୟ ଆକଳନ କରାଯାଇଛି ।  ବନ୍ୟାରେ ୪ ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏହି ବନ୍ୟାରେ ପ୍ରଭାବିତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା  ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିଭଳି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ  ।  ଉପକୂଳବର୍ତ୍ତୀ ଓ ପଶ୍ଚିମ ଓଡ଼ିଶାର ୧୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅବଶିଷ୍ଟ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲଗାଣ ବର୍ଷା ପାଇଁ ଚାଷ ଜମି ଗୁଡିକରେ ମଧ୍ୟ ପାଣି ଜମି ରହିବାର ସମ୍ଭାବନା ରହିଛି । ଲଘୁଚାପ ପାଇଁ ଆସନ୍ତାକାଲିଠାରୁ ସମୁଦ୍ର ଅଶାନ୍ତ ରହିବାର ସଂଭାବନା ରହିଛି । ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ଗଭୀର ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.