Latest Odisha News

BREAKING NEWS

ପାଣିପାଗ ବିଭାଗର ଆଲର୍ଟ; ଆଜିଠୁ ଆସନ୍ତା ୨୫ ଯାଏଁ ରାଜ୍ୟରେ ବର୍ଷା ଆଶଙ୍କା

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଯାଉଛି । ସକାଳୁ ସକାଳୁ ଗାଡି ଚଳାଚଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଘନ କୁହୁଡି କାରଣରୁ ରାତିର ତାପମାତ୍ରା ବୃଦ୍ଧି ପାଇଛି । ଯେଉଁ କାରଣରୁ ଶୀତରୁ ରକ୍ଷା ପାଇଛନ୍ତି ଲୋକେ । ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବା ନେଇ ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ସୂଚନା ମୁତାବକ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ଅନ୍ୟପଟେ ବର୍ଷା କାରଣରୁ ରାଜ୍ୟରେ ଆହୁରି ଶୀତ କମିବ । ହେଲେ ଏବେ ଫସଲ ଅମଳ ଚାଲିଥିବାରୁ ବର୍ଷା ଯୋଗୁଁ ଅମଳ କ୍ଷତିଗ୍ରସ୍ତ ହେବାନେଇ ଭୟଭୀତ ଅଛନ୍ତି ଚାଷୀ । ଅନ୍ୟପଟେ କେତେକ ମଣ୍ଡିରେ ମଧ୍ୟ ଧାନ ପଡି ରହିଛି ଯେଉଁଥିପାଇଁ ଚିନ୍ତାରେ ଅଛନ୍ତି ଚାଷୀକୂଳ ।

ସେହିପରି ଜାନୁଆରୀ ୨୦ ଆଜି ଠାରୁ ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବ । ସେଥିମଧ୍ୟରେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ସୁନ୍ଦରଗଡରେ ବର୍ଷା ହେବାନେଇ ଆଶଙ୍କା ରହିଛି । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କିଛି ଦିନ ରାଜ୍ୟରେ କୋହଲାପାଗ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏବେ ବି ସକ୍ରିୟ ରହିଛି ଗୁରୁଚାପ ବଳୟ । ଯାହାର ପ୍ରଭାବରେ ରାଜ୍ୟକୁ ବଙ୍ଗୋପସାଗର ରୁ ଜଳୀୟବାଷ୍ପ ପ୍ରବେଶ କରୁଛି । ଫଳରେ ଘନ କୁହୁଡି ସାଙ୍ଗକୁ କିଛି ସ୍ଥାନରେ ବର୍ଷା କରାଇବାରେ ସହାୟକ ହେଉଛି । ସେପଟେ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ ।

Leave A Reply

Your email address will not be published.