Latest Odisha News

BREAKING NEWS

ବିଶ୍ୱ ତାପନ ପ୍ରଭାବ, ୭୫ ପ୍ରତିଶତ ଶୁଖି ଗଲାଣି ଏହି ବଡ଼ ନଦୀ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ପ୍ରଭାବ ଦେଖିବାକୁ ମିଳିଛି ଇଟାଲୀରେ । ଇଟାଲୀର ସବୁଠୁ ବଡ଼ ନଦୀ କୁହା ଯାଉଥିବା ‘ପୋ’ ନଦୀର ୭୫ ପ୍ରତିଶତ ଶୁଖି ଯାଇଛି । ଗତବର୍ଷ ଠାରୁ ନଦୀରୁ ପାଣି ଶୁଖିବା ଆରମ୍ଭ ହୋଇଥିବା ବେଳେ ଏବେ ୭୫ ପ୍ରତିଶତ ସ୍ଥାନରେ ପାଣି ନାହିଁ ।

ବୋଲଜାନୋ କ୍ଲାଇମେଟ ଆଣ୍ଡ ଏନଭରମେଣ୍ଟ ଏଜେନ୍ସି ଅନୁସାରେ, ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନ ଯୋଗୁଁ ଏଭଳି ହୋଇଛି । ପାଣି ଶୁଖି ଯାଇଥିବାରୁ ଆଗକୁ ‘ପୋ’ ନଦୀର ଗତିପଥ ବଦଳିବା ଆରମ୍ଭ ହୋଇପାରେ । ଆଗରୁ ଯେଉଁଠି ‘ପୋ’ ନଦୀରେ କ୍ରୁଜ୍ ଚାଲୁଥିଲା ପାଣି ନଥିବାରୁ ତାହା ବି ବନ୍ଦ ହୋଇ ଯାଇଛି ।

ପାଣି ଶୁଖିଯିବା ପରେ ଖାଲି ବାଲି ବାଲି ହିଁ ଦେଖା ଯାଉଛି । ନଦୀ ଶୁଖିଯିବା ପରେ ଲାଗୁଛି ଯେମିତି ‘ପୋ’ ନଦୀ ହଜି ଯାଇଛି । ଗତବର୍ଷ ଅପେକ୍ଷା କମ୍ ଗରମ ଅନୁଭୂତ ହେଉଥିବା ବେଳେ ୭୦ ବର୍ଷରେ ସର୍ବାଧିକ ପାଣି ଶୁଖି ଯାଇଛି ।

ଯଦି ଶୀଘ୍ର ବର୍ଷା ନ ହୁଏ ତାହେଲେ ଗ୍ରୀଷ୍ମ ପ୍ରବାହରେ ନଦୀ ଆହୁରି ଶୁଖିଯିବ । ନଦୀରେ ପାଣି ଥିବାବେଳେ ଯେଉଁ ସ୍ଥାନକୁ ଯିବାକୁ କମ୍ ସମୟ ଲାଗୁଥିଲା, ତାହା ବଢ଼ିଯିବ । ‘ପୋ’ ନଦୀ ୬୫୨ କିଲୋମିଟର ଅଞ୍ଚଳରେ ପ୍ରବାହିତ ‘ପୋ’ ନଦୀ ଉତ୍ତରପଶ୍ଚିମ ତୁରିନ୍ ସହରରୁ ବେନିସ୍ ଯାଏ ପରିବ୍ୟାପ୍ତ ।

ନଦୀର ଚାରିପାଖେ ଜନବସତି ସହ ଅନେକ ଶିଳ୍ପ ସଂସ୍ଥା ରହିଛି । ଏଥିସହ ନଦୀ କୂଳରେ ଅନେକ ପ୍ରକାର ଚାଷ ବି ହୋଇଥାଏ । ଏପ୍ରିଲ୍ ଆରମ୍ଭରୁ ‘ପୋ’ ନଦୀର ଜଳସ୍ତର ଗତ ୩୦ ବର୍ଷର ରେକର୍ଡ ଭାଙ୍ଗି ନିମ୍ନକୁ ଖସି ଯାଇଥିଲା । ଅନ୍ୟପଟେ ଆଖପାଖରେ ଥିବା ପାହାଡ଼ରେ ଆଉ ବରଫ ନାହିଁ । ଗତବର୍ଷ କମ ବରଫ ତରଳି ଥିବା ବେଳେ ନଦୀ ଶୁଖି ଯାଇଥିଲା ।

ଏଲ୍ପସ୍ ପାହାଡ଼ରେ ବରଫ ତରଳିବା ଦ୍ୱାରା ନଦୀକୁ ପାଣି ଆସିଥାଏ । ଏଥିସହ ‘ପୋ’ ନଦୀରୁ ଦକ୍ଷିଣ ଓ ପଶ୍ଚିମ ୟୁରୋପର କେତେକ ନଦୀକୁ ପାଣି ଯାଇଥାଏ । ଏବେ ବରଫ ନଥିବାରୁ ନଦୀରେ ପାଣି ନାହିଁ । ଗତ ୧୦ ବର୍ଷରେ ବରଫର ସ୍ତର ୭୫ ପ୍ରତିଶତ ହ୍ରାସ ପାଇଥିବା ବେଳେ ଏଲ୍ପାଇନ୍ ହଦ୍ରରେ ୧୦ କୋଟି ଲିଟର ପାଣି ଆସୁଥିଲା । ଏବେ ଯେଉଁଠି ମାତ୍ର ୪.୨୦ କୋଟି ଲିଟର ପାଣି ରହିଛି ।

Leave A Reply

Your email address will not be published.