ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୨
ବୁଝି ଶିଶୁଂକ ପ୍ରୟୋଜନ
ହୁଏନି ଏଠି ଶିକ୍ଷାଦାନ
ଯାହାର ଯେତେ ଥାଏ ଜ୍ଞାନ
ସେ କରେ ସେତେ ବିତରଣ
ଚଳିତ ସମୟକୁ ଚାହିଁ
ନୂତନ କିଛି ଶିଖେନାହିଁ
ଅତି ପୁରୁଣା ବହି ନେଇ
ଏବେ ବି ନେଉଛି ଚଳାଇ
ବଦଳି ଯାଇଅଛି ସବୁ
ତେବେ ବି ଆମେମାନେ ଭାବୁଁ :
‘ ଭାଷାଟି ପୂର୍ବ ଭଳି ଥାଉ ‘
ଏହି ଚିଂତାକୁ ତଡ଼ିଦେଉଁ
ଅସାଧ୍ୟ କଳ୍ପନାରେ ଭାସି
ଭାଷାକୁ ଦେଉଛୁଁ ବିନାଶି
ଏ କାର୍ଯ ନୁହେ ସମୀଚୀନ
ବୁଝେନି ଜ୍ଞାନୀଂକର ମନ
ପିଲାଂକ ସ୍ବାଭାବିକ ଗୁଣ
ପ୍ରତି ନ ଦେଲେ ଏବେ ଧ୍ୟାନ
କେବଳ ଶିକ୍ଷା ଅନୁଷ୍ଠାନ
ଆବୋରି ରଖିଥିବ ସ୍ଥାନ
କାଂଥରେ ବୋଳାହେଲେ ଚୂନ
ବଢ଼ିବନାହିଁ ବୁଦ୍ଧି, ଜ୍ଞାନ
ଥିଲେ ବି ଅସଂଖ୍ୟ ପ୍ରମାଣ
ଦେଖୁନି ଲୋକଂକ ନୟନ
ଏ ଭୟଂକର ପ୍ରତାରଣା
ଥିଲେ ହେଁ ସମସ୍ତଂକୁ ଜଣା
କେହି ସତରେ ଆଗଭର
ହେବାକୁ ନୁହଂତି ତତ୍ପର
ନିଜେ ସାଉଁଟି ପୁରସ୍କାର
ଶିଶୁଂକୁ କଲେ ଅନାଦର
ସଂଭବେ ଏହି ପରିସ୍ଥିତି
ବୁଝୁନି ଜ୍ଞାନୀଂକର ମତି
ଶିଶୁ ମନକୁ ଦେଲେ ବାଂଧି
ପରଂପରା ଜାଲରେ ଛଂଦି
ଆଗ୍ରହୀ ମନ ଯାଏ ମରି
କିଛି ବି ପାରେନାହିଁ କରି
କେହି ତ କରିନି ତଦଂତ
କିପରି ହେବ ଏହା ଅଂତ ?
ଶିଶୁଂକୁ ଦେଲେ ସ୍ନେହ, ଶ୍ରଦ୍ଧା
ରହିବନାହିଁ ଆଉ ବାଧା
ଶିଶୁଂକୁ ଦେଲେ ସ୍ବାଧୀନତା
ବଢ଼େ ତାଂକର ବୁଦ୍ଧିମତ୍ତା
ସାରା ବିଶ୍ବ ଏ ସତ୍ୟ ଜାଣେ
ପଶୁନି ସ୍ବଭାଷୀଂକ ମନେ
Comments are closed.