ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଭାଷାଟେ ନ ହେଲେ ଲିଖିତ
ତହିଁରେ ଭାବନା ରଚିତ
ଅଥବା ସୂଚନା ସଂଚିତ
ହୋଇପାରେନି ସ୍ବୟଂକୃତ
ଭାଷାରେ ଥିଲେ ବି ସାହିତ୍ୟ
ବିବିଧ ବିଷୟକ ଗ୍ରଂଥ
ଯଦି ତା ହୁଏନି କଥିତ
କାଳକ୍ରମେ ହୁଅଇ ମୃତ
ଏହି ପ୍ରକ୍ରିୟା ଅନୁଯାୟୀ
ଭାଷାକୁ ବଂଚାଇବା ପାଇଁ
ଉଭୟ ବକ୍ତା ଓ ଲେଖକ
ଥିବା ଅତ୍ୟଂତ ଆବଶ୍ୟକ
ଯାହା ପାଖରେ ଯେତେ ଅଛି
ତାହା ହିଁ ତା’ର ସବୁ କିଛି
‘ ଜ୍ଞାନାଂଶ ‘ କରି ବ୍ୟବହାର
କରେ ସେ ଭାବନା ସଂଚାର
‘ ପୂର୍ଣ ଜ୍ଞାନ ‘ ଅପରିସୀମ
ପାଇବା ପାଇଁ ସେ ଅକ୍ଷମ
ଯେତେ ପାରେ ସେ ନିଜେ ଶିଖି
ଆନଂଦ ପାଏ ସେତେ ଲେଖି
ନିଜର ସୀମା ଅତିକ୍ରମ
ପାଇଁ କରିଲେ ପରିଶ୍ରମ
ମିଳେନି ତା’ର ପରିଣାମ
ସାହିତ୍ୟ ହୁଏନି ଉତ୍ତମ
ଭାବ-ଆଚ୍ଛନ୍ନ ହେଲେ କବି
ଈଶ୍ବର ତାହା ଅନୁଭବି
କରଂତି ଶୂନ୍ୟସ୍ଥାନ ପୂର୍ଣ
ଏହା ତାଂକର ମହା ଗୁଣ
ହୋଇ କବିର ସହାୟକ
ଦେଖାଂତି ଶୁଦ୍ଧ ଜ୍ଞାନାଲୋକ
ଜ୍ଞାନବଂତ ହିଁ ପ୍ରଜ୍ଞାଧାରୀ
ହୁଏ ଭାଷାର ହିତକାରୀ
Comments are closed.