ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ସବୁ ଭଲ ,ଆସ୍ଥା ନମ୍ରତାର ସହିତ ଉତ୍ତର ଦେଲା । ଆଜି କିନ୍ତୁ ମୋର ତୁମେ କଣ ସ୍ୱପ୍ନିଲ ବିଷୟରେ କଣ କହିବାକୁ ଚାହୁଁଥିଲ ଶୁଣିବି , ଇଚ୍ଛା ହଉଚି ! ସବୁବେଳେ ତୁମକୁ ଆଡ଼େଇ ଆସୁଥିଲି ,ଆଜି କୁହ ….! ସେଦିନ ତୁମ ଉପରେ ବିରକ୍ତ ହୋଇ ଫୋନ ସିନା ରଖିଦେଲି ,ହେଲେ ଭିତରେ ଭିତରେ ସେଇ ସେଇ କଥା ହେଇ ଖୁବ ଯନ୍ତ୍ରଣା ପାଉଛି ସାଗର ! ମୋ କୁନି ଭାଇ ଟା ପରା ମୋ କଥା ଧରିବନି ! ପୁଣି ତୁମେ କେବେ ଫୋନ କରିବ ସେଇଦିନୁ ଅପେକ୍ଷା କରି ଥିଲି ….!
ସାଗର ଅତି କ୍ଷୀଣ ଗଳା ରେ , ନାଇ ଦି ଆଉ କେବେ କହିବି ! ଆଜି ତୁମ ବାର୍ଥଡେ଼ ଡେ ପରା ! ଆଉ କିଛି କଥା ହେଲେ ହବନି ,ଆଜି ଖାଲି ହସ ଖୁସି ର କଥା ହେବା ! ଆଜି ମୋ’ ଦି କୁ ଜମା ବି କଷ୍ଟ ଦେବିନି ବୋଲି ମନେ ମନେ ପ୍ରମିଜ୍ କରିଛି ପରା ! ତେଣୁ ଆଜି ଥାଉ ……
କି କଥା ଏମିତି କହିବୁ ଯେ ମୁଁ ଦୁଃଖୀ ହେଇଯିବି ! ତୁ ଆଜି ମୋତେ କହ ,କହି ଜିଦ କଲା ଆସ୍ଥା !
ନା ସେମିତି କିଛି ……!!! ମୁଁ କଣ କହୁଥଲି କି, ଶୁଖିଲା ଘାଆକୁ କାଇଁ ଉଖାରିବା କହିଲ ଦି । ସେଥିପାଇଁ ….. ସାଗର ଉତ୍ତର ଫେରେଇଲା ।
ସାଗର କହିବାକୁ ଆରମ୍ଭ କଲା , ” କେଉଁଠୁ ଆରମ୍ଭ କରିବି ଦି ଜାଣି ପାରୁନି ?ଆସ୍ଥା ପାଇଁ ସ୍ୱପ୍ନିଲ ଏକ କଳ୍ପନା ନା ନାହିଁ କହିଲ ଦି ? ସ୍ୱପ୍ନିଲ ଏକ ସ୍ବପ୍ନ ଯାହାର କି ବାସ୍ତବତା ନାହିଁ , କେବଳ ଏକ ପରିକଳ୍ପନା । ନୀଳ ଆକାଶ , ଯାହାର ଆରମ୍ଭ ନଥିଲା କି ଅନ୍ତ ନଥିଲା ! ନୀଳ ସମୁଦ୍ର , ଗଭୀରତା ଭିତରେ ଥାଇ ବି ଶୋଷ ମେଣ୍ଟୁ ନଥିଲା ନା !
ୟା ଭିତରେ ସମ୍ଭବଙ୍କର ଚାରି ପାଞ୍ଚ ଥର ମିସ୍ କଲ୍ !! କ’ଣ କରିବ ଆସ୍ଥାର ବୁଦ୍ଧି ହଜିଗଲା ! ସେ କଲ୍ବଲିଆ ହୋଇ ମୋବାଇଲ କାଟି ଦେଇଥିଲା !!……………..
କ୍ରମଶଃ
Comments are closed.