Latest Odisha News

BREAKING NEWS

ଇଟାଲୀରେ ଚିନ୍ତା ବଢାଇଲା ପୁନଃ ସଂକ୍ରମଣ; ଅନ୍ୟପଟେ ସରକାରୀ ପ୍ରତିବନ୍ଧକକୁ ବିରୋଧ କରି ବିକ୍ଷୋଭକାରୀଙ୍କ ହିଂସା ପ୍ରଦର୍ଶନ

ନୂଆଦିଲ୍ଲୀ: ଇଟାଲୀରେ କରୋନାର ପ୍ରକୋପ ପୁଣି ଥରେ ବଢିବାରେ ଲାଗିଛି ଅର୍ଥାତ୍‌ ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ବୃଦ୍ଧି ପାଇଛି। କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ପ୍ରଶାସନ ପୂର୍ବ ପରି ବିଭିନ୍ନ ସହରରେ ଲକ୍‌ଡାଉନ୍‌ ଜାରି କରିବା ସହିତ ଜନଗହଳିପୂର୍ଣ୍ଣ ସ୍ଥାନକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ଆସନ୍ତା ୩୦ ତାରିଖ ଯାଏ ଏସବୁ ଉପରେ ନିଷିଦ୍ଧାଦେଶ ଜାରି କରିଛନ୍ତି ସ୍ଥାନୀୟ ପ୍ରଶାସନ।

ତେବେ ଇଟାଲୀର ଜନସାଧାରଣ ନୂତନ ଲକଡାଉନ୍ ନିୟମକୁ ବିରୋଧ କରୁଛନ୍ତି। ସରକାରୀ ପ୍ରତିବନ୍ଧକକୁ ବିରୋଧ କରି ଉତ୍ତର ଇଟାଲୀର ତୁରିନ୍ ସହରରେ ବିକ୍ଷୋଭକାରୀମାନେ ହିଂସାତ୍ମକ ରୂପ ନେଇଥିଲେ। ବିକ୍ଷୋଭକାରୀମାନେ ଏକ ସପିଂ ଷ୍ଟ୍ରିଟ୍‌ରେ ଉତ୍ତେଜନା ସୃଷ୍ଟି କରିଥିଲେ, ଗ୍ଲାସ ଭାଙ୍ଗି ବୋମା ଫିଙ୍ଗିଥିଲେ ଏବଂ କାଚ ବୋତଲରେ ପୋଲିସ ଉପରେ ଆକ୍ରମଣ କରିଥିଲେ।
ଚଳିତ ମାସ ଅର୍ଥାତ୍‌‌ ଅକ୍ଟୋବର ୮ ତାରିଖରୁ ଇଟାଲୀରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ଘଟିଛି। ୮ ଅକ୍ଟୋବରରେ, ଇଟାଲୀରେ ୪୪୫୮ କରୋନା ମାମଲା ରିପୋର୍ଟ ହୋଇଥିଲା। ଏହା ପରେ ୨୪ ଅକ୍ଟୋବରରେ, ଇଟାଲୀରେ କରୋନା ମାମଲା ୧୯ ହଜାର ଅତିକ୍ରମ କରିଥିଲା। ଅକ୍ଟୋବର ୨୫ରେ, କରୋନା ମାମଲା ସଂଖ୍ୟା ୨୧ ହଜାର ରହିଥିଲା। ଅକ୍ଟୋବର ୨୬ରେ, କରୋନା ମାମଲା ୧୭ ହଜାର ରେକର୍ଡ କରାଯାଇଥିଲା।

Leave A Reply

Your email address will not be published.