Latest Odisha News

ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ଆଉ ୧୩ ଆକ୍ରାନ୍ତ

ଭୁବନେଶ୍ୱର: ଜୀବନ ନେଉଛି ମହାମାରୀ । ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୩ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୬ଟି ଜିଲ୍ଲାର ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୧୧ ଜଣ ପୁରୁଷ ଓ ଦୁଇ ଜଣ ମହିଳା ।

ଭୁବନେଶ୍ୱରରେ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ପ୍ରାଣ ହରାଇଛନ୍ତି ସର୍ବାଧିକ ୪ ଆକ୍ରାନ୍ତ । ଏହାକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧୯କୁ ବୃଦ୍ଧି ପାଇଛି ।

ସେହିପରି ନୂଆପଡ଼ା ଜିଲ୍ଲାରୁ କରୋନା ନେଇଛି ଆଉ ୩ ଜଣଙ୍କର ଜୀବନ । ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରୁ କରୋନାରେ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।

ଏମାନଙ୍କ ବ୍ୟତୀତ ସୁନ୍ଦରଗଡ଼ ଓ ମାଲକାନଗିରି ଜିଲ୍ଲାରେ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧୨ ଶହ ୭୧କୁ ବଢ଼ିଛି । ମୃତ୍ୟୁହାର ରହିଛି ୦.୪୪% ।

Leave A Reply

Your email address will not be published.