Latest Odisha News

BREAKING NEWS

ମେସିନରେ ଟଙ୍କା ଗଣିବେ ଖିଲାଡି ଷ୍ଟାର, ଅକ୍ଷୟଙ୍କୁ ଉପହାର ଦେଲେ କପିଲ ଶର୍ମା

ମୁମ୍ବାଇ: ଏଣିକି ମେସିନରେ ଟଙ୍କା ଗଣିବେ ଖିଲାଡି ଷ୍ଟାର । ତାଙ୍କ ପାଖରେ ଏତେ ଟଙ୍କା ଅଛି ଯେ, ତାକୁ ସହଜରେ ଗଣି ହେବ ନାହିଁ । ତେଣୁ ଟଙ୍କା ଗଣିବାକୁ ଅକ୍ଷୟଙ୍କୁ ଏକ ମେସିନ ଦେଇଛନ୍ତି କମେଡି କିଙ୍ଗ କପିଲ ଶର୍ମା । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଆଉ ଏହି ଘଟଣା ଘଟିଛି କପିଲଙ୍କ ସୋରେ ।

ଆଗକୁ ଆସୁଛି ଅକ୍ଷୟ କୁମାରଙ୍କ ଲକ୍ଷ୍ମୀ ବମ୍ । ଫିଲ୍ମର ପ୍ରୋମସନ ପାଇଁ ଅକ୍ଷୟ ପହଁଚିଥିଲେ କପିଲ ଶର୍ମାଙ୍କ ସୋରେ । ଯେଉଁଠି ଘଟିଛି ଏଭଳି ଘଟଣା । ବଲିଉଡରେ ଅକ୍ଷୟଙ୍କ ସିଲଭର ଜୁବଲି ପାଳନ ହୋଇଛି ସୋନି ଟିଭିର ଦା କପିଲ ଶର୍ମା ସୋରେ । ଅକ୍ଷୟଙ୍କ ଏହି ସଫଳତାକୁ ଅଧିକ ସ୍ମରଣୀୟ କରିବା ପାଇଁ ତାଙ୍କୁ ଏକ ନୋଟ୍ ଗଣିବା ମେସିନ ଉପହାର ଦେଇଛନ୍ତି କପିଲ ଶର୍ମା । ତେବେ ଖିଲାଡି ଷ୍ଟାର କହିଛନ୍ତି ଯେ, ଏହି ମେସିନ ନିଶ୍ଚୟ କପିଲଙ୍କ ଘରୁ ଆସିଥିବ କାରଣ, ଇଣ୍ଡଷ୍ଟ୍ରୀର ଅଧା ଟଙ୍କା କପିଲଙ୍କ ଘରେ ଅଛି ।

ଅକ୍ଷୟଙ୍କୁ ଟଙ୍କା ଗଣିବା ମେସିନ ଉପହାର ଦେବା ପଛରେ କାରଣ ହେଉଛି ଯେ, ପ୍ରତିବର୍ଷ ଖିଲାଡି ଷ୍ଟାରଙ୍କ ତିନି-ଚାରୋଟି ଫିଲ୍‌ମ ରିଲିଜ ହୁଏ ଏବଂ ସବୁତକ ବ୍ୟବସାୟୀକ ସଫଳତା ହାସଲ କରିଥାଏ । ତେଣୁ ମଜାଦାର ଢଙ୍ଗରେ କପିଲ ତାଙ୍କୁ ନୋଟ୍ ଗଣିବା ମେସିନ ଉପହାର ଦେଇଛନ୍ତି । ସେହିପରି କପିଲଙ୍କ ସୋର ଅନ୍ୟତମ ସଦସ୍ୟ ଭାରତୀ, ଅକ୍ଷୟଙ୍କୁ ଏକ ସିଲଭର ମଗ୍‌, କୃଷ୍ଣ ଅଭିଷେକ ଏକ ଘଂଟା ଏବଂ କିକୁ ସାରଦା ତାଜ ମହଲର ଏକ ପ୍ରତିକୃତି ଉପହାର ଦେଇଛନ୍ତି । ତେବେ କପିଲଙ୍କ ନୋଟ୍ ମେସିନ ଉପହାର ଚର୍ଚ୍ଚାରେ ରହିଛି ।

Leave A Reply

Your email address will not be published.