ମୁମ୍ବାଇ: ନିକଟରେ ଦ କପିଲ ଶର୍ମା ସୋ’ରେ ଏକାଠି ହୋଇଥିଲେ ମହାଭାରତ ଭଳି ପପୁଲାର ସିରିଜର ପ୍ରମୁଖ ଷ୍ଟାରକାଷ୍ଟ । ହେଲେ ମହାଭାରତରେ ଭୀଷ୍ମର କିର୍ଦାରରେ ନଜର ଆସିଥିବା ମୁକେଶ ଖାନ୍ନା କିନ୍ତୁ ଅନୁପସ୍ଥିତ ଥିଲେ । ଏ ନେଇ ଅନେକ ଚର୍ଚ୍ଚା ଉଠିଥିଲା । ଏପରିକି ଏମିତି ବି ଶୁଣିବାକୁ ମିଳିଥିଲା ଯେ, ମୁକେଶଙ୍କୁ କୁଆଡେ ସୋ’କୁ ନିମନ୍ତ୍ରଣ ମିଳିନଥିଲା । ହେଲେ ଶେଷରେ ଚାଂଚଲ୍ୟକର ବୟାନ ରଖିଛନ୍ତି ମୁକେଶ ଖାନ୍ନା ।
“କପିଲଙ୍କ ସୋ’ ବହୁତ ଶସ୍ତା ଓ ଅଶ୍ଳୀଳ । ତାଙ୍କ ସୋ’ରେ ପୁରୁଷମାନେ ମହିଳାଙ୍କ ପୋଷାକ ପିନ୍ଧି ଡବଲ ମିନିଂରେ କଥା ହୋଇଥାନ୍ତି । ଯାହାକୁ ନେଇ ଦର୍ଶକ ହସିହସି ବେଦମ ହୋଇପଡିଥାନ୍ତି । ଏପରି ସୋ’କୁ ମୁଁ ପସନ୍ଦ କରେନି ” ଖୋଦ ମୁକେଶ ଖାନ୍ନା ସୋସିଆଲ ମିଡିଆରେ କିଛି ଏପରି ବୟାନ ରଖିଛନ୍ତି ।
କପିଲଙ୍କ ସୋ’କୁ ସବୁଠୁ ଖରାପ ସୋ’ କହି ମୁକେଶ ଏଥିରେ ସାମିଲ ହେବାକୁ ମନା କରିଥିଲେ । ଏପରିକି ଅର୍ଚ୍ଚନା ପୁରନ ସିଂଙ୍କୁ ମଧ୍ୟ ସେ ସମାଲୋଚନା କରିବାକୁ ପଛାଇନଥିଲେ । ମୁକେଶଙ୍କ ଏପରି ଜବାବକୁ ଦେଖି କପିଲ ଚୁପ୍ ରହିଥିଲାବେଳେ ମହାଭାରତରେ ଯୁଧୀଷ୍ଠିର ଭାବେ ନଜର ଆସିଥିବା ଗଜେନ୍ଦ୍ର ଚୌହାନ କିନ୍ତୁ ତାଙ୍କ ଆଭିମୁଖ୍ୟ ରଖିଛନ୍ତି ।
“ମହାଭାରତରେ ଅର୍ଜୁନ ବି ମହିଳାଙ୍କ ପୋଷାକ ପିନ୍ଧି ନାଚିବାର ଏକ ଦୃଶ୍ୟ ରହିଥିଲା । ସେ ସମୟରେ ମୁକେଶ ମହାଭାରତ ଭଳି ସୋ’କୁ ଛାଡି ଚାଲିଯିବା କଥା । ହେଲେ ସେ ତାହା କରିନଥିଲେ । ଅଙ୍ଗୁର ଖାଇ ନ ପାରିଲେ ଖଟା । ମୁକେଶଙ୍କ କ୍ଷେତ୍ରରେ ବି କିଛି ଏପରି ଘଟିଛି । ଯେଉଁଠି କୋଟିକୋଟି ଲୋକ କପିଲଙ୍କ ସୋ’କୁ ପସନ୍ଦ କରୁଛନ୍ତି ସେଠି ମୁକେଶ ଏହି ସୋ’କୁ ଶସ୍ତା ଓ ଅଶ୍ଳୀଳ କହିବା ହାସ୍ୟାସ୍ପଦ ” ।
Comments are closed.