ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ତଥା ହ୍ୱାଇଟ୍ ହାଉସର ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ ଭାରତ ବିଷୟରେ ତାଙ୍କ ସ୍ମୃତି ବାଣ୍ଟିଛନ୍ତି। ଇଭାଙ୍କା ୨୦୧୭ରେ ଗ୍ଲୋବାଲ୍ ଉଦ୍ୟୋଗୀ ସମ୍ମିଳନୀରେ ଭାଗ ନେବାକୁ ଭାରତ ଆସିଥିଲେ, ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଞ୍ଚ ବାଣ୍ଟିଥିଲେ। ଏହି ଘଟଣାର ତିନି ବର୍ଷ ପରେ ଇଭାଙ୍କା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ବାର୍ତ୍ତା ସେୟାର କରିଛନ୍ତି।
ଇଭାଙ୍କା ଟ୍ରମ୍ପ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ଭାରତରେ ହେବାକୁ ଥିବା ଗ୍ଲୋବାଲ୍ ଉଦ୍ୟୋଗୀ ସମ୍ମିଳନୀର ସ୍ମୃତି ନବୀକରଣ ହୋଇଛି ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଜି ଯେତେବେଳେ ବିଶ୍ୱ କରୋନା ସମେତ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେଉଛି, ସେତେବେଳେ ଅର୍ଥନୈତିକ ସୁରକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାରତ-ଆମେରିକାର ବନ୍ଧୁତା ଦୃଢ ହେବାରେ ଲାଗିଛି। ‘
ଉଲ୍ଲେଖ ଥାଉ କି, ଇଭାଙ୍କା ଟ୍ରମ୍ପ ୨୦୧୭ ରେ ହାଇଦ୍ରାବାଦ ଆସିଥିଲେ, ଯେଉଁଠାରେ ୨୮ ରୁ ୩୦ ନଭେମ୍ବର ମଧ୍ୟରେ ଗ୍ଲୋବାଲ ଉଦ୍ୟୋଗୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଇଭାଙ୍କା ଆମେରିକାର ପ୍ରତିନିଧୀ ଦଳର ନେତୃତ୍ୱ ନେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଇଭାଙ୍କା ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ସମୟରେ ରୋବଟ ସହ ଆଲୋଚନା କରିଥିଲେ।
Comments are closed.