Latest Odisha News

BREAKING NEWS

ରାଜ୍ୟର ଦୁଇଟି ସ୍ଥାନରେ ଦୁଇଟି ହାତୀର ମୃତ୍ୟୁ

ଭୁବନେଶ୍ୱର: ସଂକଟର ଗଜରାଜ । ଆଜି ରାଜ୍ୟର ଦୁଇଟି ସ୍ଥାନରେ ଦୁଇଟି ହାତୀର ମୃତ୍ୟୁ ହୋଇଛି । ସମ୍ୱଲପୁର ଜିଲ୍ଲାରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଆଖି ବୁଜିଛି ଗୋଟିଏ ହାତୀ ଛୁଆ ।

ସମ୍ବଲପୁର ଯଦୁ ଲୋଇସିଂହା ଅଞ୍ଚଳରେ ବିଲ ଭିତରେ ଏକ ଦନ୍ତା ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ହାତୀର ବୟସ ପାଖାପାଖି ୧୨ ବର୍ଷ ହେବ । ଜମି ଭିତରେ କେହି ୧୧ କେଭି ବିଦ୍ୟୁତ୍‌ ତାର ବିଛାଇ ଥିବାରୁ ଏଥିରେ ଲାଗି ହାତୀର ମୃତ୍ୟୁ ହୋଇଥିବା କହିଛି ବନ ବିଭାଗ ।

ସେପଟେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରୁ ଉଦ୍ଧାର ହୋଇଛି ହାତୀ ଛୁଆର ମୃତଦେହ । ଲାଉଗଡ଼ ଗାଁ ନିକଟ ଧାନବିଲରୁ ୩ ମାସର ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । କାଦୁଅରେ ଫସି ତାର ମୃତ୍ୟ ହୋଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.