Latest Odisha News

ଦେବସ୍ନାନ ପୂର୍ଣ୍ଣିମା ଶୃଙ୍ଖଳିତ କରିବାକୁ ବୈଠକ

ପୁରୀ : ଦେବସ୍ନାନ ପୂର୍ଣ୍ଣିମା କିଭଳି ଶାନ୍ତି ଶୃଙ୍ଖଳାରେ ଅୟୋଜନ କରାଯିବ ସେ ନେଇ ହୋଇଛି ଆଲୋଚନା । ପୁରୀ ଏସପି କେ ବିଶାଳ ସିଂ ଆଜି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ବୈଠକରେ ଆଲୋଚନା କରିଛନ୍ତି। ସେହିପରି କିଭଳି ସୁରକ୍ଷା ବ୍ୟବସ୍ଥା ରହିବ , କେଉଁ ଅଫିସର କେଉଁଠି ଡ୍ୟୁଟିରେ ରହିବେ, କାହାକୁ ଛଡା ଯିବା କାହାକୁ ଛଡା ଯିବ ନାହିଁ ସେ ନେଇ ଏସପି ପୋଲିସ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି । ପୁରୀ ଏସପି କେ ବିଶାଳ ସିଂ ଙ୍କ ସୂଚନା ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣିମାକୁ ଶାନ୍ତି ଶୃଙ୍ଖଳା ରେ ଅୟୋଜନ କରିବା ଜିଲ୍ଲା ପୋଲିସର ମୂଳ ଲକ୍ଷ୍ୟ ରହିଛି ।

ଏ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସ୍ନାନଯାତ୍ରା ଦିନ ବଡ଼ ଦାଣ୍ଡ ସମେତ ଶ୍ରୀମନ୍ଦିର ଚାରୀ ପଟେ ୧୪୪ ଧାରା ଜାରି ହେବ। ଯେହେତୁ କୋଭିଡ କଟକଣା ରହିଛି ଏବଂ ବିନା ଭକ୍ତରେ ସ୍ନାନଯାତ୍ରା ଅୟୋଜନ ନେଇ ସରକାରଙ୍କ ନିର୍ଦ୍ଦେଶ ରହିଛି ସେହି ଅନୁଯାୟୀ ସବୁ ପଦକ୍ଷେପ ନିଆଯାଇଛି। ତେବେ ସ୍ନାନଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ରେ ୫ଜଣ ଅତିରିକ୍ତ ଏସପି , ୨୩ ଡ଼ିଏସପି , ୪୧ ଜଣ ଇନ୍ସପେକ୍ଟର , ୧୫୦ ଜଣ ଅନ୍ୟ ଅଫିସର , ୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ତେବେ ସ୍ନାନଯାତ୍ରା ଅୟୋଜନ ନେଇ ସେବାୟତଙ୍କ ସହ ଆଲୋଚନା ସରିଛି। କେବଳ ନୀତି ସହିତ ସମ୍ପୃକ୍ତ ସେବାୟତ ତଥା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ଥିବା ସେବାୟତ ଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡା ଯିବ।

ଅନ୍ୟ କୌଣସି ବ୍ୟକ୍ତିକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ସେବାୟତଙ୍କୁ ଚିହ୍ନଟ କରି ଛାଡିବା ପାଇଁ ଶ୍ରୀମନ୍ଦିରର ଜେଟିପି କର୍ମଚାରୀ ଉପସ୍ଥିତ ରହିବେ ପୋଲିସ ଅଧିକାରୀଙ୍କ ସହ । ତେବେ ପୁରୀ ବାସୀ ପୂର୍ଵ ରୁ ପୋଲିସ ପ୍ରଶାସନକୁ ସହଯୋଗ କରୁଥିବା ସ୍ନାନଯାତ୍ରା ରେ ମଧ୍ୟ ସମସ୍ତ ନିୟମ ମାନି ଘରେ ରହି ଟିଭି ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ପୁରୀ ଏସପି ଅପିଲ କରିଛନ୍ତି।

Leave A Reply

Your email address will not be published.