Latest Odisha News

BREAKING NEWS

ଜ୍ୟାକଲିନଙ୍କୁ ଆଶ୍ୱସ୍ତି, ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅନ୍ତରୀଣ ଜାମିନ୍

ମୁମ୍ବାଇ: ସିଂହଳ ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସାମାନ୍ୟ ଆଶ୍ୱସ୍ତି। ମହାଠକ କନମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ଟଙ୍କାର ବେଆଇନ ନେଣ-ଦେଣ ମାମଲାରେ ସମ୍ପୃକ୍ତ ଥିବା ଅଭିନେତ୍ରୀ ଜ୍ୟାକଲିନଙ୍କୁ ଆଜି ଅନ୍ତରୀଣ ଜାମିନ ମଞ୍ଜୁର କରାଯାଇଛି। ୫୦, ୦୦୦ ଟଙ୍କାର ବଣ୍ଡ ବିନିମୟରେ ଦିଲ୍ଲୀର ପାଟିଆଲା ହାଉସ୍‌ ଅଦାଲତ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେଇଛନ୍ତି।

ଏଥିପୂର୍ବରୁ ସେପ୍ଟେମ୍ବର ୧୯ ତାରିଖ ଅର୍ଥାତ୍ ସୋମବାର ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ଅଭିନେତ୍ରୀଙ୍କୁ ଜେରା କରିଥିଲା। ସୂଚନା ଅନୁସାରେ ଗତ ସପ୍ତାହ ଜ୍ୟାକଲିନ ଜେରା ପାଇଁ ଇଓଡବ୍ଲ୍ୟୁର ମନ୍ଦିର ମାର୍ଗ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଇଓଡବ୍ଲ୍ୟୁର ଜଏଣ୍ଟ କମିଶନର ଛାୟା ଶର୍ମା ଏବଂ ସ୍ୱତନ୍ତ୍ର କମିଶନର ରବିନ୍ଦ୍ର ଯାଦବଙ୍କ ନେତୃତ୍ୱରେ ୬ ଜଣ ଅଫିସର ଜ୍ୟାକନିଲଙ୍କୁ ପିଙ୍କି ଇରାନୀଙ୍କ ସହିତ ମୁହଁମୁହିଁ ବସାଇ ଦୀର୍ଘ ୮ ଘଣ୍ଟା ଜେରା କରାଯାଇଥିଲା। ତାଙ୍କ ଡ୍ରେସ ଡିଜାଇନର ଲିପାକ୍ଷୀଙ୍କୁ ମଧ୍ୟ ଡକାଯାଇଥିଲା, ସେ ଅସୁସ୍ଥ ଥିବା କାରଣରୁ ପହଞ୍ଚି ପାରିନଥିଲେ।

ସୂଚନା ଥାଉକି ବିଭିନ୍ନ ବ୍ୟବସାୟୀଙ୍କ ଠାରୁ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖର ଗିରଫ ହୋଇ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି । ସୁକେଶଙ୍କ ଗିରଫ ଖବର ଶୁଣିବା ପରେ ତୁରନ୍ତ ଜ୍ୟାକଲିନ ତାଙ୍କଠାରୁ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି ବୋଲି ପୋଲିସକୁ କହିଥିଲେ।

Comments are closed.