ନୂଆଦିଲ୍ଲୀ: ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ସମ୍ୟକ୍ ସୂଚନା ଦେଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଯୋଗ କରୁଥିବା ନଜର ଆସିଛନ୍ତି। ଏହା ସହିତ ତାଙ୍କ ବନ୍ଧୁ ଚାନ୍ଦନୀ ଏହି ଭିଡିଓରେ ତାଙ୍କର କିଛି ଜରୁରୀ ସାମଗ୍ରୀ ପ୍ୟାକ୍ କରୁଥିବା ଦେଖିବାକୁ ମିଳିଛି।
ଜ୍ୟାକଲିନ୍ ଏହି ଭିଡିଓ ସେୟାର୍ କରି ଲେଖିଛନ୍ତି ଯେ ଆସନ୍ତା କିଛି ମାସ ମଧ୍ୟରେ ସେ ଘରୁ ବାହାରକୁ ଯିବା ଆସିବା କରିବେ। ତେଣୁ ବର୍ତ୍ତମାନଠାରୁ ଏହାର ପର୍ଯ୍ୟନ୍ତ ପ୍ରସ୍ତୁତି ଚାଲିଛି। ଏହା ସହିତ ସେ ନିଜ ଅନୁଗାମୀମାନଙ୍କୁ ଇନଷ୍ଟାଗ୍ରାମରେ ୪୬ ମିଲିୟନ୍ ଫଲୋର୍ସ ହେବା ଖୁସିରେ ତାଙ୍କ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିପାଇଁ ସେ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଗୋଲାପରୁ ପ୍ରସ୍ତୁତ ଏକ ସେଟ୍ ଦେଖିବାକୁ ମିଳିଛି। ଏଥି ସହିତ, କୃତ୍ରିମ ସୁବର୍ଣ୍ଣ ରଙ୍ଗର ଗୋଲାପରେ ୪୬ ଲେଖାଯାଇଛି।
ଜ୍ୟାକଲିନ୍ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ସର୍କସ’ରେ ଅଭିନେତା ଅର୍ଜୁନ କପୁରଙ୍କ ସହ ନଜର ଆସିବେ। ଏହା ବ୍ୟତୀତ ତାଙ୍କୁ ଫିଲ୍ମ ‘କିକ୍ ୨’ରେ ମଧ୍ୟ ଅଭିନେତା ସଲମାନ୍ ଖାନ୍ଙ୍କ ବିପକ୍ଷ ଚରିତ୍ରରେ ଅଭିନୟ କରୁଥିବା ଦେଖିବାକୁ ମିଳିବ। ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କ ସହ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଫିଲ୍ମ ‘ଭୁତ୍ ପୋଲିସ’ ରେ ନଜର ଆସିବେ।
BREAKING NEWS
- କଳିଙ୍ଗ ଷ୍ଟାଡିୟମରେ ହେବ ସବଜୁନିୟର ନ୍ୟାସନାଲ ରଗବୀ ସେଭେନ୍ସ ଚାମ୍ପିୟନସିପ୍
- Makar Sankranti: ଆସନ୍ତାକାଲି ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
- ବିଜୟ ହଜାରେ ଟ୍ରଫି: ସେମିଫାଇନାଲରେ କର୍ଣ୍ଣାଟକ-ବିଦର୍ଭ, ପଞ୍ଜାବ-ସୌରାଷ୍ଟ୍ର ମଧ୍ୟରେ ହେବ ମୁକାବିଲା
- Clean Survey: ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ, ଶ୍ରେଷ୍ଠ ସ୍ୱଚ୍ଛ ବିଦ୍ୟାଳୟକୁ ମିଳିବ ୫୦ ହଜାର ଟଙ୍କାର ପୁରସ୍କାର
- ମାଞ୍ଜା ସୂତା ଲାଗି ଭୁବନେଶ୍ୱରରେ ଯୁବକ ଗୁରୁତର
- କେନ୍ଦୁଝରରେ ଖୋଲିବ ଏନଏସଡିର ରାଜ୍ୟ ଶାଖା, ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର..
- ଆଉ ହେବନି ୧୦ ମିନିଟ୍ ମଧ୍ୟରେ ଡେଲିଭରି, ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ରୋକ୍ ଲଗାଇଲେ ସରକାର
- ଫିରିଙ୍ଗିଆ ତହସିଲର ପୂର୍ବତନ କର୍ମଚାରୀ ଅଜୟ ମଲ୍ଲିକଙ୍କୁ ୩ ବର୍ଷ ଜେଲ ଦଣ୍ଡ
- ଆଇସିସି କଥା ମାନୁନି ବାଂଲାଦେଶ
- BJD: ଏବେ ସୁଧା ୮ ଜିଲ୍ଲାରେ ଖୋଲିଲାନି ମଣ୍ଡି, ଚାଷୀକୂଳକୁ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର: ବିଜେଡି
Comments are closed.