Latest Odisha News

ଦିନକରେ ଦେଶରେ ୫୩ ହଜାର କରୋନା ସଂକ୍ରମିତ, ୬୫୦ ମୃତ

ନୂଆଦିଲ୍ଲୀ: ଅକ୍ଟୋବରରେ କରୋନା କାୟା ଧୀରେ ଧୀରେ କମିବାରେ ଲାଗିଛି । ଦେଶରେ ଦୈନିକ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସୁସ୍ଥ ହେଉଛନ୍ତି ଅଧିକ । ମୃତ୍ୟୁସଂଖ୍ୟା ବି କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୫୩ ହଜାର ୩୭୦ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ଲକ୍ଷ ୧୪ ହଜାର ୬୮୨କୁ ବୃଦ୍ଧି ପାଇଛି ।

ଦେଶରେ ପ୍ରତିଦିନ କମୁଛି ମୃତ୍ୟୁସଂଖ୍ୟା । ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୬୫୦ କରୋନା ଆକ୍ରାନ୍ତ । ଏଯାଏଁ ମହାମାରୀ ଦେଶରେ ୧ ଲକ୍ଷ ୧୭ ହଜାର ୯୫୬ ଜୀବନ ନେଲାଣି । ମୃତ୍ୟୁହାର ରହିଛି ୧.୫୧% ।

ଗତ ୨୪ ଘଣ୍ଟାରେ ଦେଶରେ ୫୩ ହଜାର ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୬୭ ହଜାର ୫୪୯ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୭୦ ଲକ୍ଷ ୧୬ ହଜାର ୪୬ ଆକ୍ରାନ୍ତ । ଦେଶରେ ସୁସ୍ଥ ହାର ରହିଛି ୮୯.୭୮% । ଆକ୍ଟିଭ୍ କେସ୍ ରହିଛି ୬ ଲକ୍ଷ ୮୦ ହଜାର ୬୮୦ ।

Leave A Reply

Your email address will not be published.