Latest Odisha News

BREAKING NEWS

ପୂର୍ବ ଶତ୍ରୁତାରୁ ଛୁରା ମାଡ଼, ଜଣେ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲାରେ ଅଭାବନୀୟ ଘଟଣା । ଛୁରା ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବନ୍ଥପଲ୍ଲୀ ଗାଁରେ । ମୃତକଙ୍କ ନାଁ ବଚନ ସ୍ୱାଇଁ ।

ଅଭିଯୋଗ ହୋଇଛି, ବଚନଙ୍କୁ ଗାଁର କଙ୍ଗାରୁ ଭୂୟାଁ ଛୁରି ଭୁସୀ ଦେଇଥିଲେ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ଆଣିବା ବାଟରେ ତାଙ୍କର ମୃତ୍ୟୁ ହୋଇଛି । ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଛନ୍ତି କଙ୍ଗାରୁ ଭୂୟାଁ । ପୋଲିସ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ତଦନ୍ତ ଚଳାଇଛି ।

ଅଭିଯୋଗ ହୋଇଛି, ବଚନ ଓ କଙ୍ଗାରୁଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ଉଭୟଙ୍କ ମଧ୍ୟରେ ବିବାଦ ଆଜି ହତ୍ୟାକାଣ୍ଡର ରୂପ ନେଇଥିଲା ।

Leave A Reply

Your email address will not be published.