Latest Odisha News

ଦୁଇଟି ସ୍କୁଲ ବସ୍ ମଧ୍ୟରେ ଧକ୍କା, ଭାଇ-ଭଉଣୀ ମୃତ

ମୁଜାଫରନଗର: ଉତ୍ତରପ୍ରଦେଶର ମୁଜାଫର ନଗରରେ ଅଭାବନୀୟ ଘଟଣା । ଦୁଇଟି ସ୍କୁଲ ବସ୍ ଧକ୍କାରେ ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନେକ ଛାତ୍ରଛାତ୍ରୀ ଗରୁତର ମଧ୍ୟ ହୋଇଛନ୍ତି । ଶୁକ୍ରବାର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପୋଲିସ ସୂଚନା ଅନୁସାରେ, ଗୁରୁବାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ରଛାତ୍ରୀମାନେ ଡିଜି ଗୋଏନକା ପବ୍ଲିକ ସ୍କୁଲର ଉଭୟ ଛାତ୍ର ସମୀର ଓ ତାଙ୍କ ଭଉଣୀ ମହା ବୋଲି ଜଣାପଡ଼ିଛି । ସମୀର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ମହା ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ । କେନ୍ଦ୍ରମନ୍ତ୍ରୀ ସଞ୍ଜିବ ବାଲିଆନ ପୀଡ଼ିତାଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।

ଡିଜି ଗୋଏନକା ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ସୁଲେଖା ସିଂଙ୍କ ଅଭିଯୋଗରେ ରବିନ୍ଦ୍ରନାଥ ପବ୍ଲିକ ସ୍କୁଲର ବସ୍ ଡ୍ରାଇଭର ଦୀପକ କୁମାରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ପୋଲିସ କହିଛି । ଦୀପକ କୁମାରଙ୍କ ବିରାଧରେ ଅବହେଳା ଏବଂ ଦ୍ରୁତ ଗତି ବସ ଚାଳନା ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି ।

Comments are closed, but trackbacks and pingbacks are open.