Latest Odisha News

BREAKING NEWS

ଜନ୍ମମାଟିକୁ ଫେରିଲା ଜଗା, ଏସସିବିରୁ ଡିସଚାର୍ଜ ପରେ ଫୁଲବାଣୀ ଗଲା ଯୋଡାମୁଣ୍ଡ ଶିଶୁ, ମେଡିକାଲର ସ୍ୱତନ୍ତ୍ର କ୍ୟାବିନରେ ରହିବ ଜଗା

କଟକ: ଫୁଲବାଣୀ ଗଲା ଜଗା । ଏସସିବି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଫୁଲବାଣୀ ଯାଇଛି ଯୋଡାମୁଣ୍ଡ ଶିଶୁ ଜଗା । ୧୦୮ ଆମ୍ବୁଲାନ୍ସ ଯୋଗେ ୨ ଜଣିଆ ସ୍ଵତନ୍ତ୍ର ଡାକ୍ତରୀ ଦଳ ଜଗାକୁ ନେଇ ଫୁଲବାଣୀ ଯାଇଛନ୍ତି । ଫୁଲବାଣୀ ମେଡିକାଲର ସ୍ୱତନ୍ତ୍ର କ୍ୟାବିନରେ ଜଗାକୁ ରଖାଯାଇ ଚିକିତ୍ସା କରାଯିବ ବୋଲି ଜଣାପଡିଛି ।

କନ୍ଧମାଳ ଫିରିଙ୍ଗିଆ ମେଲୁପଡାର ଯୋଡାମୁଣ୍ଡ ଶିଶୁ ହେଉଛି ଜଗା । ଗତ ୨ ବର୍ଷ ହେଲା କଟକ ବଡ଼ ମେଡିକାଲ ଏସିବିରେ ଚିକିତ୍ସିତ ହେଉଥିଲା ଜଗା । ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ଜଗାର ଚିକିତ୍ସା କରୁଥିଲେ । ଏବେ ସୁସ୍ଥ ହେବାରେ ଲାଗିଥିବାରୁ ଆଜି ଏସସିବିରୁ ଜଗାକୁ ଡିସଚାର୍ଜ କରାଯାଇଛି ।

ରାଜ୍ୟର ଯୋଡାମୁଣ୍ଡ ଶିଶୁ ଭାବେ ଦୁଇ ଭାଇ ଜଗା-ବଳିଆ ବେଶ ଜଣାଶୁଣା । ୨୦୧୯ରେ ଜଗା-ବଳିଆ ଏସ୍‌ସିବିରେ ପହଞ୍ଚିଲା ଦିନଠାରୁ ବଳିଆ ଆଇସିୟୁରେ ହିଁ ରହିଥିଲା । ତେବେ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଗତବର୍ଷ ଅସୁସ୍ଥ ହୋଇ ବଳିଆ ଆଖି ବୁଜିଛି । ବର୍ତ୍ତମାନର ସ୍ଥିତିରେ ଜଗାର ଶରୀରରେ କିଛି ସମସ୍ୟା ନାହିଁ ବୋଲି ଡାକ୍ତରୀ ଟିମ୍‌ କହିଛନ୍ତି ।

Leave A Reply

Your email address will not be published.