Latest Odisha News

BREAKING NEWS

ଭାରତ-ଇଂଲଣ୍ଡ ଦିନିକିଆ ସିରିଜ ୨୩ ମାର୍ଚ୍ଚରୁ : ବିଶ୍ୱର ଏକ ନମ୍ବର ଟିମ୍ ହେବା ପାଇଁ ଟିମ୍ ଇଣ୍ଡିଆ ନିକଟରେ ସୁଯୋଗ

ପୁଣେ: ଟି୨୦ ସିରିଜରେ ଚମତ୍କାର ବିଜୟ ହାସଲ କରିବା ପରେ ଟିମ୍ ଇଣ୍ଡିଆ ୨୩ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ୨୩, ୨୬ ଓ ୨୮ ମାର୍ଚ୍ଚରେ ୩ଟି ଯାକ ଦିନିକିଆ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯିବ । ୨୯ ବର୍ଷ ହେବ ଭାରତ ଘରୋଇ ପରିବେଶରେ ଇଂଲଣ୍ଡଠାରୁ ସିରିଜ ହାରି ନାହିଁ । ଭାରତ-ଇଂଲଣ୍ଡ ମଧ୍ୟରେ ୧୮ ଦ୍ୱିପାକ୍ଷିକ ଦିନିକିଆ କ୍ରିକେଟ ସିରିଜ ଖେଳାଯାଇଛି । ଭାରତ ୯ରେ ଏବଂ ଇଂଲଣ୍ଡ ୭ଟିରେ ବିଜୟୀ ହୋଇଛନ୍ତି । ୨ଟି ସିରିଜ ଡ୍ର ରହିଛି । ଭାରତରେ ଉଭୟ ଦେଶ ମଧ୍ୟରେ ୯ଟି ସିରିଜ ଖେଳାଯାଇଛି । ଭାରତ ୬ଟିରେ ଏବଂ ଇଂଲଣ୍ଡ ଗୋଟିକରେ ବିଜୟୀ ହୋଇଛି । ୨ଟି ସିରିଜ ଡ୍ର ରହିଛି । ଟିମ୍ ଇଣ୍ଡିଆ ଘରୋଇ ପରିବେଶରେ ଇଂଲଣ୍ଡ ବିପକ୍ଷରେ ୪୮ ଦିନିକିଆ ଖେଳିଛି । ୩୧ରେ ବିଜୟୀ ହୋଇଥିବା ବେଳେ ୧୬ରେ ପରାଜିତ ହୋଇଛି । ଗୋଟିଏ ମ୍ୟାଚ ଟାଇ ରହିଛି ।

ବିଶ୍ୱର ଏକ ନମ୍ବର ଟିମ୍ ହେବା ପାଇଁ ଟିମ୍ ଇଣ୍ଡିଆ ନିକଟରେ ସୁଯୋଗ: ଭାରତ ଯଦି ୩-୦ରେ ସିରିଜ ଜିତିନିଏ ତାହାହେଲେ ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିପାରିବ । ଏବେ ଇଂଲଣ୍ଡ ୧୨୩ ପଂଏଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ୧୧୭ ସହ ଦ୍ୱିତୀୟ ସ୍ଥାନରେ ରହିଛି ।
ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଶୁଭମନ ଗିଲ, ଲୋକେଶ ରାହୁଲ, ଶ୍ରେୟାଶ ଆୟାର, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, କୃଣାଳ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଟି.ନଟରାଜନ, ୟୁଜଭେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ।
ଇଂଲଣ୍ଡ:ଇଅନ ମୋର୍ଗାନ(ଅଧିନାୟକ), ମୋଇନ ଅଲୀ, ଜନୀ ବେୟାରଷ୍ଟୋ, ସ୍ୟାମ ୱିଲିଙ୍ଗ୍‌ସ, ଜୋସ ବଟଲର, ସାମ କରନ, ଟମ କରନ, ଲିୟାମ ଲିଭିଙ୍ଗଷ୍ଟୋନ, ମ୍ୟାଟ ପାର୍କିସନ, ଅଦିଲ ରଶିଦ, ଜେସନ ରୟ, ବେନ ଷ୍ଟୋକ୍ସ, ରିସ ଟପଲେ ଓ ମାର୍କ ଉଡ ।

Leave A Reply

Your email address will not be published.