Latest Odisha News

BREAKING NEWS

କଟକ ଏସସିବିରୁ ଡିସଚାର୍ଜ ହେବ ଜଗା

କଟକ: ଯୋଡ଼ାମୁଣ୍ଡ ଅଲଗା ହେବା ପରେ ଦିଲ୍ଲୀ ଏମସରୁ ଆସି କଟକ ଏସସିବିରେ ଚିକିତ୍ସିତ ହେଉଥିବା କନ୍ଧମାଳର ଶିଶୁ ଜଗା ଏଠାରୁ ଡିସଚାର୍ଜ ହେବ । କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାର ଚିକିତ୍ସା କରାଯିବ । ଏଥିପାଇଁ କନ୍ଧମାଳରୁ ଏକ ଦୁଇ ଜଣିଆ ଡାକ୍ତରୀ ଟିମ୍ ଆଜି ଏସସିବି ଆସୁଛନ୍ତି । ଏସସିବିରେ ଜଗାର ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ସେମାନେ ବିଚାରବିମର୍ଶ କରିବେ । ଚିକିତ୍ସା ବାବଦରେ ସବିଶେଷ ଆଲୋଚନା ପରେ ଜଗାକୁ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ।ଫାଇଲ୍ ଫଟୋ
ଗତ ଦୁଇ ବର୍ଷ ହେବା କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛି ଜଗା । କନ୍ଧମାଳ ଜିଲ୍ଲା ମିଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କର ଗତ ୨୦୧୭ ମସିହାରେ ଦିଲ୍ଲୀ ଏମସରେ ବିରଳ ଅସ୍ତ୍ରୋପଚାର କରାଯାଇଥିଲା । ଅଲଗା ହୋଇଥିଲେ ଯୋଡ଼ା ମୁଣ୍ଡ ଶିଶୁ । ୨୦୧୯ ସେପ୍ଟେମ୍ବରରେ ଦୁଇ ଶିଶୁଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଗତବର୍ଷ ଚିକତିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲା କାଳିଆ । କିନ୍ତୁ ଜଗାର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି ।

Comments are closed.