Latest Odisha News

BREAKING NEWS

ଗିରଫ ହେଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ

ଭୁବନେଶ୍ଠର: ଗିରଫ ହେଲେ ଜଗବନ୍ଧୁ ଚାନ୍ଦ । ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରିଛି ଇଡି । ଗିରଫ ପରେ  ଜଗବନ୍ଧୁଙ୍କୁ ପୁଣି ୨ୟ ଥର ପାଇଁ ରିମାଣ୍ଡରେ ନେଇପାରେ ଇଡି । ଏହା ପୂର୍ବରୁ ପୋଲିସ ଅର୍ଚ୍ଚନା ନାଗ ଏବଂ ତାଙ୍କର ସହଯୋଗୀ ଖଗେଶ୍ୱରଙ୍କୁ ମଧ୍ୟ ଗିରଫ କରିଥିଲା । ଏବେ ଜଗବନ୍ଧୁଙ୍କୁ ଗିରଫ କରିଛି ।

ସ୍ୱାମୀ ଜଗବନ୍ଧୁ ଚାନ୍ଦକୁ  ୯ ଦିନିଆ ରିମାଣ୍ଡରେ ନେଇ ଘନ ଘନ ଜେରା କରିଥିଲା  ଇଡି । ଏହା ପୂର୍ବରୁ ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ମୁହାଁମୁହିଁ ଜେରା କରିଥିଲା ଇଡି । ଏହି ସମୟରେ  ଅନେକ ତଥ୍ୟ ପାଇଥିଲେ ଇଡି ଅଧିକାରୀ  । ଏହାପରେ ଜଗବନ୍ଧୁଙ୍କୁ ଗିରଫ କରାଯାଇଛ । ମୁହାଁମୁହିଁ ଜେରା ପୂର୍ବରୁ ଇଡି  ଅର୍ଚ୍ଚନାଙ୍କୁ ଦୁଇ ଥର ରିମାଣ୍ଡରେ ନେଇ ପଚରାଉଚରା କରିଥିଲା । ତେବେ ସମୟ୍ ଦେଲେ ସବୁ ସତ କହିବେ ଏବଂ ସମସ୍ତଙ୍କ ମୁଖା ଖୋଲିଦେବେ ବୋଲି ବାହାସ୍ପୋଟ ମାରୁଥିବା ଅର୍ଚ୍ଚନା ଇଡି ସାମ୍ନାରେ ଚୁପ ରହିଥିଲେ । ତେବେ ଇଡି ହାତରେ କ’ଣ ସବୁ ତଥ୍ୟ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ ।

 

Leave A Reply

Your email address will not be published.