Latest Odisha News

BREAKING NEWS

ପୁଅକୁ ଆର୍ମି ଅଫିସର ବନେଇବା ପାଇଁ ମା ଚଳାଉଛି ଇ-ରିକ୍ସା

ମଧ୍ୟପ୍ରଦେଶ : କଥାରେ ଅଛି ମା ପରି କେହି ହେବେନି । ନିଜ ପିଲା ପାଇଁ ଯଦି କିଏ ନିଜର ସବୁକିଛି ଜଳଞ୍ଜାଳି ଦେଇପାରେ ସେ ହେଉଛି ମା  । ନିଜ ସନ୍ତାନ ପାଇଁ ମାଆ ବାପା ଅନେକ କଷ୍ଟ ଉଠାଉଥିବାର ପୂର୍ବରୁ ନଜିର ରହିଛି । ଆମେ କହୁଛୁ ମଧ୍ୟପ୍ରଦେଶ ଭୋପାଳର ଜଣେ ମହିଳାଙ୍କ କଥା । ଯିଏ ନିଜ ପୁଅର ଭବିଷ୍ୟତ ପାଇଁ ଚଳାଉଛି ଇ ରିକ୍ସା ।

ଭୋପାଳ ଜୁମେରାତି ଅଞ୍ଚଳର ୩୮ ବର୍ଷିୟ ମହିଳା ଜ୍ୟୋତି ବର୍ମା । ପୁଅ ଦେଢ଼ ବର୍ଷର ହେଇଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ । ପରେ ସେ ଏକ ଦୋସା ଷ୍ଟଲ ଖୋଲିଥିଲେ । ସେଥିରେ ତାଙ୍କୁ କିନ୍ତୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିଥିଲା । ଏହାସହ ସେ ପର ଘରେ କାମ କରିବା ଆରମ୍ଭ କରିଦେଇଥିଲେ । ହେଲେ ତାଙ୍କ ପୁଅକୁ ଅନ୍ୟ ପିଲାମାନେ ଚିଡ଼େଇବା ଆରମ୍ଭ କରି ଦେଇଥିଲେ । ନିଜ ସନ୍ତାନର ଭବିଷ୍ୟତ ଗଢ଼ିବା ପାଇଁ ଉପାୟ ଶୂନ୍ୟ ହୋଇଯାଇଥିଲେ ଜ୍ୟୋତି  । ଶେଷରେ ନିଜର ସବୁ ଗହଣା ବିକ୍ରି କରି ଏହି ୩ ଚକିଆ ଇ ରିକ୍ସା ଚଳାଇଥିଲେ । ସୂପ୍ନ ଥିଲା ପୁଅକୁ ଆର୍ମି ଅଫିସର ବନେଇବା ଆଉ ସେହି ସ୍ୱପ୍ନରେ ଯେତେ ବାଧାବିଘ୍ନ ଆସିଲେ ବି ତାକୁ ସାମ୍ନା କରିବାକୁ ସାହସ ବାନ୍ଧିଛନ୍ତି ଜ୍ୟୋତି  । ଆଉ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଧାଇଁଛନ୍ତି ଜ୍ୟୋତି । ଜ୍ୟୋତିଙ୍କ ଏଭଳି ପ୍ରୟାସ ସମାଜ ପାଇଁ ଉଦାହରଣ  ।

ତାଙ୍କ ଏହି ସଂଘର୍ଷମୟ ଜୀବନ ମଧ୍ୟରେ ଲୋକମାନେ ତାଙ୍କୁ ଦେଖି ଥଟ୍ଟା ପରିହାସ କରୁଥିଲେ । ଅନ୍ୟ ରିକ୍ସା ଚାଳକ ତାଙ୍କୁ ସମସ୍ୟାରେ ପକାଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ତାଙ୍କ ପୁଅକୁ ଆର୍ମି ଅଫିସର ବନେଇବା ପାଇଁ ସେ ଦିନରାତି କାମ କରୁଥିବା ଜ୍ୟୋତି କହିଛନ୍ତି ।

 

Leave A Reply

Your email address will not be published.