Latest Odisha News

ଆଜି ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଜନ୍ମନୀତି, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ପବିତ୍ର ଜନ୍ମାଷ୍ଟମୀ । ଆଜି ମଧ୍ୟରାତ୍ରିରେ ବନ୍ଦୀ ଗୃହରେ ଜନ୍ମ ନେଇଥିଲେ ନୀଳାମୟୀ ଠାକୁର ଶ୍ରୀକୃଷ୍ଣ । ଏଥିପାଇ ପୂରା ଦେଶ ଉତ୍ସବ ମୁଖର । ଚାରିଆଡେ ପାଳନ ହେଉଛି ଜନ୍ମାଷ୍ଟମୀ ମହୋତ୍ସବ । ଦୋଳିରେ ବସି ଖେଳୁଛନ୍ତି ପ୍ରଭୁଙ୍କ ଶିଶୁ ରୂପ ।

ଏହି ଅବସରରେ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ରବିବାର ମହାପ୍ରଭୁଙ୍କୁ ଯେଉଟ ଭୋଗ ଲାଗିହେବା ସହିତ ବନ୍ଦାପନା ନୀତି ଶେଷ ହୋଇଛି । ତେବେ ଏହି ସନ୍ଧ୍ୟା ବନ୍ଦାପନା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ବାଡରେ ଏକ ସ୍ବତନ୍ତ୍ର ବନ୍ଦାପନା କରାଯାଇଥିଲା । ତାହା ହେଲା ଗର୍ଭଉଦକ ବନ୍ଦାପନା । ଏହାପ୍ରତିବର୍ଷ ଜନ୍ମାଷ୍ଟମୀ ପୂର୍ବଦିନ କରାଯାଏ ।

ତେବେ ଯେଉଟ ଭୋଗ ନେଇ ଜଗନ୍ନାଥ ସଂସ୍କୃତି ଗବେଷକ କୁହନ୍ତି, ଗର୍ଭବତୀ ନାରୀମାନେ ସୁଖଦ ପ୍ରସବ ଲାଗି ଯେଉଟ ଫଳ ଖାଆନ୍ତି । ସେଥିପାଇଁ ଜନ୍ମାଷ୍ଟମୀ ପୂର୍ବଦିନ ମହାପ୍ରଭୁ ଜଗନ୍ନାଥ ଦେବକୀ ରୂପ ଧାରଣ କରି ଯେଉଟ ଭୋଗ ଖାଆନ୍ତି ।  ତାଙ୍କ ଗର୍ଭରେ ଶ୍ରୀକୃଷ୍ଣ ଥିବାରୁ  ତାଙ୍କ ବାଡରେ ସ୍ବତନ୍ତ୍ର ଗର୍ଭଉଦକ ବନ୍ଦାପନା କରାଯାଏ ।

ଏହାପରେ ଆଜି ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ନୀତିକାନ୍ତି ହେବା ପରେ ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ପରେ ପରେ ଜନ୍ମାଷ୍ଟମୀ ନୀତି ଅନୁଷ୍ଠିତ ହେବ । ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ । ସଂଧ୍ୟା ୭ଟା ରାତି ୧୧ଟା ଯାଏ ଦର୍ଶନ ବନ୍ଦ ରହିବ ।

 

Comments are closed.