ପୁରୀ : ଆସନ୍ତା ସୋମବାରରୁ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ବଢୁଥିବା ସଂକ୍ରମଣକୁ ନଜରରେ ରଖି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୦ ତାରିଖରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଆଜି ବସିଥିବା ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିଥିଲେ ମଧ୍ୟ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିବ । ରାଜ୍ୟରେ ଏବେ ଦ୍ରୁତ ଗତିରେ ଭୂତାଣୁ ବ୍ୟାପୁଥିବାରୁ ଚିନ୍ତାରେ ପଡିଛନ୍ତି ସରକାର । ଏହି ସମୟରେ ଭକ୍ତଙ୍କ ଗହଳିକୁ ରୋକିବା ସହ ଭାଇରସ କବଳରୁ ରକ୍ଷା କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ କେବଳ ରବିବାରକୁ ଛାଡି ଅନ୍ୟ ୬ ଦିନ ଶ୍ରୀମନ୍ଦିରେ ମହାପ୍ରଭୁଙ୍କୁ ଦର୍ଶନ କରିପାରୁଥିଲେ ଭକ୍ତ । ସମସ୍ତ କଥାକୁ ବିଚାରକୁ ନେଇ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
Comments are closed.