Latest Odisha News

BREAKING NEWS

ନାଇଟ୍ କର୍ଫ୍ୟୁରେ ଟାଇଟ୍ ଚେକିଂ

ଭୁବନେଶ୍ୱର: ସରକାରଙ୍କ ନୂଆ କୋଭିଡ ଗାଇଡ ଲାଇନ ଅନୁସାରେ ଆରମ୍ଭ ହୋଇଛି ନାଇଟ୍ କର୍ଫ୍ୟୁ । ଚାଲିଛି ଟାଇଟ୍ ଚେକିଂ । ଛକ ଛକରେ ଚେକିଂ କରୁଛି ପୋଲିସ ।

ଓଡ଼ିଶାରେ ସବୁ ସହରାଞ୍ଚଳରେ ଆଜି ୯ଟାରୁ ଆରମ୍ଭ ହୋଇଛି ନାଇଟ୍ କର୍ଫ୍ୟୁ । ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ସାବାଡ଼ କରୁଛି ପୋଲିସ । ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ ।

ଟ୍ୱିନସିଟିରେ ମୋବାଇଲ୍ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ଏଥିପାଇଁ ମୁତୟନ ହୋଇଛନ୍ତି ୧୫ ପ୍ଲାଟୁନ ଫୋର୍ସ । ଛକ, ବଜାର ଅଞ୍ଚଳର ଗହଳି ଉପରେ ନଜର ରଖାଯିବ ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.