Latest Odisha News

BREAKING NEWS

ଗୋଟିଏ ଦିନରେ ଜଗତସିଂହପୁରରେ ସର୍ବାଧିକ କରୋନା ପଜିଟିଭ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଶନିବାର ଦିନ ୧୩ଟି ନୂଆ କୋଭିଡ-୧୯ ପଜିଟିଭ ମାମଲା ରିପୋର୍ଟ କରାଯାଇଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି।

ସୂଚନାନୁସାରେ, କ୍ୱାରେଣ୍ଟାଇନ କେନ୍ଦ୍ରରୁ ୧୨ ଟି ଏବଂ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଆଉ ଗୋଟିଏ ମାମଲା ଚିହ୍ନଟ ହୋଇଥିଲା।

ଏଥିମଧ୍ୟରେ ମହାରାଷ୍ଟ୍ରର ପାଞ୍ଚ ଜଣ, ୩ ଜଣ ଲେଖାଏଁ ତାମିଲନାଡୁ ଏବଂ ଦିଲ୍ଲୀ ଏବଂ ଜଣେ ଲେଖାଏଁ ହରିୟାଣା ଏବଂ ଗୁଜରାଟ ଫେରନ୍ତା ରହିଛନ୍ତି।

ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ବେଳେ ସାନିଟାଇଜ କାମ ଜାରି ରହିଛି ବୋଲି ସୂତ୍ରରୁ ପ୍ରକାଶ।

ବର୍ତ୍ତମାନ ଜିଲ୍ଲାରେ ୫୭ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୮୬ ଜଣ ଆରୋଗ୍ୟ ଲାଭ କରିଛନ୍ତି।

Comments are closed.