Latest Odisha News

BREAKING NEWS

ତତ୍ପରତା ଦେଖାଇଲା ଜେଲ ବିଭାଗ; ସବୁ ଜେଲକୁ ଅଚାନକ ପରିଦର୍ଶନ କରିବେ ଜିଲ୍ଲାପାଳ ଏବଂ ଏସପି

ଭୁବନେଶ୍ବର: ଲଗାତାର ଦୁଇଟି ଜେଲରୁ କଏଦୀ ଫେରାର ହେବା ପରେ ଏବେ ଜେଲ ବିଭାଗର ଚେତା ପଶିଛି । ରାଜ୍ୟରେ ଥିବା ସବୁ ଜେଲକୁ ଅଚାନକ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜି । ଏନେଇ ସମସ୍ତ ଜିଲାପାଳ ଓ ଏସପିଙ୍କୁ ଜେଲ ଡିଜି ସୁଶାନ୍ତ ନାଥ ଚିଠି ଲେଖିଛନ୍ତି । ଏଥିସହ ଜେଲ ପରିଚାଳନାରେ ସ୍ବଚ୍ଛତା ଏବଂ ଶୃଙ୍ଖଳା ବଜାୟ ରହିପାରିବ ।

ଜେଲରେ ରହୁଥିବା ଅଭିଯୁକ୍ତ, ବିଚାରଧୀନ କଏଦୀଙ୍କୁ ମୌଳିକ ସୁବିଧା ମିଳୁଛି କି ନାହିଁ ତାହାର ତଦାରଖ କରିବେ ଜିଲାପାଳ ଓ ଏସପି । ନିୟମିତ ବ୍ୟବଧାନରେ ଜେଲକୁ ଅଚାନକ ପରିଦର୍ଶନ କରିବାକୁ ନିର୍ଦେଶ ଦିଆଯାଇଛି । ଏହାଦ୍ୱାରା କଏଦୀମାନେ ସୁସ୍ଥ ପରିବେଶରେ ରହିପାରିବେ । ଏଥିସହ ଜେଲ ପରିଚାଳନାରେ ସ୍ୱଚ୍ଛତା ଏବଂ ଶୃଙ୍ଖଳା ବଜାୟ ରହିପାରିବ ।

ଏନେଇ ଜାତୀୟ ମାନବାଧିକାର କମିସନ ରାଜ୍ୟ ମାନବାଧିକାର କମିସନଙ୍କୁ ଅବଗତ କରିବା ସହ ଉଦବେଗ ମଧ୍ୟ ପ୍ରକାଶ କରୁଛନ୍ତି । ଏହାକୁ ଆଧାର କରି ଜେଲ ଡିଜି ଚିଠି କରିଛନ୍ତି ।

Comments are closed.