Latest Odisha News

BREAKING NEWS

ଏସ୍‌ପି ନେତା ମହମ୍ମଦ ଆଜାମ ଖାନ କରୋନା ପଜିଟିଭ

ନୂଆଦିଲ୍ଲୀ: ବର୍ତ୍ତମାନ ସୀତପୁର ଜେଲରେ ରହୁଥିବା ବରିଷ୍ଠ ସମାଜବାଦୀ ପାର୍ଟି ସାଂସଦ ମହମ୍ମଦ ଆଜାମ ଖାନ ଶୁକ୍ରବାର ରାତିରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜାମ ଖାନ ଜେଲ ପରିସରରେ ଥିବା ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିରୋଧରେ ଜମି ଦଖଲ, ଏନକାଉଣ୍ଟର ଏବଂ ଅନ୍ୟାନ୍ୟ ମାମଲାରେ ଏସପି ଆଜାମ ଖାନ ତାଙ୍କ ପୁଅ ଏବଂ ପତ୍ନୀଙ୍କ ସହ ଫେବୃଆରୀ ୨୦୨୦ ଠାରୁ ଜେଲରେ ଅଛନ୍ତି।

ଗୁରୁବାର ଦିନ ଆଜାମ ଖାନଙ୍କ ଆଣ୍ଟିଜେନ୍ ପରୀକ୍ଷା ରିପୋର୍ଟ ପଜିଟଭ ହେବା ପରେ ଆମେ ତାଙ୍କର ଆରଟି-ପିସିଆର୍‌ ପରୀକ୍ଷା କରାଯାଇଥିଲା। ଏହାପରେ ତାଙ୍କ ପଜିଟିଭ ଆସିଥିବା ଜଣାପଡ଼ିଛି ବୋଲି ଜେଲର ଆର.ଏସ୍ ଯାଦବ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏସପି ନେତାଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। କୋଭିଡ୍‌ ଲକ୍ଷଣ ଦେଖାଯିବା ପରେ ଆଜାମ ଖାନଙ୍କୁ କୋଭିଡ୍‌ ଟେଷ୍ଟ କରାଯାଇଥିଲା।

Comments are closed.