ଯାଜପୁର: ଦୁଷ୍କର୍ମ ମାମଲାର ରାୟ ପ୍ରକାଶ କରି ଯାଜପୁରର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୨୦୨୫ରେ ଜେନାପୁର ଥାନା ଅଞ୍ଚଳର ୧୪ ବର୍ଷ ୧୧ ମାସର ଜଣେ ବାଳିକାକୁ ଅପହରଣ କରି ଅଭିଯୁକ୍ତ ନିଜ ସମ୍ପର୍କୀୟ ଘରେ ଦୁଷ୍କର୍ମ କରିଥିଲା । ଏ ନେଇ ପୀଡିତାଙ୍କ ପରିବାର ପକ୍ଷରୁ ଜେନାପୁର ଥାନାରେ ଅଭିଯୋଗ ହୋଇଥିଲା ।
ଦୋଷୀ ହେଲା କାଳିଆପାଣି ଥାନା ଅଞ୍ଚଳର ସଞ୍ଜୟ ମହାରଣା । ୧୩ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ସଞ୍ଜୟକୁ ୨୦ବର୍ଷ ଜେଲ ସହ ୫୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି ବିଚାରପତି ।
ଜରିମନା ଅନାଦୟ ୧୨ମାସ ଅଧିକ ଜେଲ ସହ ପୀଡିତାଙ୍କୁ ୮ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି ।