Latest Odisha News

BREAKING NEWS

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ : ୮ଟ୍ରେନ ବାତିଲ, ୧୨ଟିର ମାର୍ଗ ପରିବର୍ତ୍ତନ

ଯାଜପୁର: ଯାଜପୁର କୋରେଇରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବାରୁ ୮ଟି ଟ୍ରେନକୁ ବାତିଲ କରାଯାଇଛି । ଏହି ବାଟ ଦେଇ ଯିବାକୁ ଥିବା ୮ ଟ୍ରେନ ବାତିଲ କରିବା ସହିତ ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୂର୍ବତନ ରେଲଓ୍ୱେ ମୁଖ୍ୟ ଜନସମ୍ପର୍କ ଅଧିକାରୀ । ୫ଟି ଟ୍ରେନ ଆଂଶିକ ବାତିଲ ହୋଇଥିବା ସେ କହିଛନ୍ତି  । ବାତିଲ ଟ୍ରେନ ମଧ୍ୟରେ ରହିଛି ଭୁବନେଶ୍ୱର-ହାଓ୍ୱଡା ଜନଶତାବ୍ଦୀ ଏକ୍ସପ୍ରେସ , ପୁରୀ-ହାଓ୍ୱଡା ଶତାବ୍ଦୀ ଏକ୍ସପ୍ରେସ  ।

ହାଓ୍ୱଡା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ, ହାଓ୍ୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ଶାଲିମାର-ପୁରୀ ଏକ୍ସପ୍ରେସ, ପୁରୀ-ଶାଲିମାର ଏକ୍ସପ୍ରେସ, ସାଲିମାର-ହାଇଦ୍ରାବାଦ ଏକ୍ସପ୍ରେସ, କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ, ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ସ୍ପେଶାଲ ଆଦି ଟ୍ରେନ ବାତିଲ ହୋଇଛି ।

ସେହିପରି ହାଇଦ୍ରାବାଦ-ଶାଲିମାର ଇଷ୍ଟକୋଷ୍ଟ ଏକ୍ସପ୍ରେସ, ପୁରୀ-ରିଷିକେଷ କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ବାଙ୍ଗାଲୋର-ସନ୍ତରଗାଚ୍ଛି ଏକ୍ସପ୍ରେସ, ତ୍ରିଭେନ୍ଦ୍ରମ-ଶାଲିମାର ଏକ୍ସପ୍ରେସ, ସିକନ୍ଦରାବାଦ-ହାଓ୍ୱଡା ଫଲକନାମା ଏକ୍ସପ୍ରେସ, ତିରୁପତି-ହାଓ୍ୱଡା ଏକ୍ସପ୍ରେସ, ବାଙ୍ଗାଲୋର-ହାଓ୍ୱାଡା ଦୁରନ୍ତ ଏକ୍ସପ୍ରେସ, ବାଙ୍ଗାଲୋର-ହାଓ୍ୱଡା ଏକ୍ସପ୍ରେସ, ବାଙ୍ଗାଲୋର-ଜାସିଡିହ ଏକ୍ସପ୍ରେସ, ଚେନ୍ନାଇ-ସନ୍ତରଗାଚ୍ଛି ଏକ୍ସପ୍ରେସ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଓ ପୁରୀ-ଆନନ୍ଦ ବିହାର ନନ୍ଦନକାନନ ଏକ୍ସପ୍ରେସ ଆଦି ଟ୍ରେନ ଗୁଡିକର ମାର୍ଗ ପରିବର୍ତ୍ତନ କରିଛନ୍ତି ।

Leave A Reply

Your email address will not be published.