Latest Odisha News

BREAKING NEWS

ବିଲ ମଝିରୁ ୨ଟି କଟା ଗୋଡ଼ ଉଦ୍ଧାର

ଜଳେଶ୍ୱର: ଜାତୀୟ ରାଜପଥ ପାର୍ଶ୍ୱ ବିଲ ମଝିରେ ପଡ଼ିଛି ୨ଟି କଟା ଗୋଡ଼ । ତେବେ ଏହି ଗୋଡ଼ କାହାର ଜଣାପଡ଼ି ନାହିଁ । ଚାଷ କାମ କରିବାକୁ ଯାଉଥିବା ଲୋକେ କଟା ଗୋଡ଼ ଦେଖି ପୁଲିସକୁ ଖବର ଦେଇଥିଲେ ।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଜମାଲପୁର ଗାଁରେ ଘଟିଛି ଘଟଣା । ସବୁଦିନ ପରି ଆଜି କିଛି ଲୋକ ବିଲକୁ କାମ କରିବାକୁ ଯାଇଥିଲେ । ଏହି ସମୟରେ ଜାତୀୟ ରାଜପଥର ପାର୍ଶ୍ୱ ବିଲ ମଝିରେ ଗଦା ହୋଇଥିବା ବାଲି ଉପରେ ଗୋଟିଏ ଗୋଡ଼ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ପରେ ଏନେଇ ଜଳେଶ୍ୱର ଥାନାକୁ ଖବର ଦେଇଥିଲେ ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଲି ଭିତରୁ ଆଉ ଗୋଟିଏ ଗୋଡ଼ ଉଦ୍ଧାର କରିଥିଲା । ଗୋଡ଼ ଦୁଇଟିକୁ ପୁଲିସ ବାଲେଶ୍ୱର ଫରେନ୍‌ସିକ ଲାବକୁ ପଠାଇଛି । ୨୫ ଦିନ ତଳେ ଏହି ମର୍ଡର କରାଯାଇଥିବା ଅନୁମାନ କରାଯାଉଛି । ତେବେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି । 

Leave A Reply

Your email address will not be published.