Latest Odisha News

BREAKING NEWS

ଭୂମିହୀନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କଲେ ବିଧାୟକ

ପାଟଣା: ଭୂମିହୀନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି ବିଧାୟକ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସଭାଗୃହରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୂମିହୀନଙ୍କୁ ଜଙ୍ଗଲ ଜମି ଅଧିକାର ଆଇନରେ ଜଙ୍ଗଲ ଜମିତ ପଟ୍ଟା ବଣ୍ଟନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ ପାଟଣା ବ୍ଲକର ୨୦ଟି ପଞ୍ଚାୟତର ମୋଟ ୩୦୨ ଜଣ ଭୂମିହୀନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି । ଏହା ସହିତ କଣ୍ଟିଆପଡା ପଞ୍ଚାୟତ ପୁରୁଣିଆ ଗାଁର ମଧୁସୂଦନ ମହାନ୍ତଙ୍କୁ ପ୍ରକୃତି ମିତ୍ର ସମ୍ମାନ ଦିଆଯିବା ସହ ୧୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି ବିଧାୟକ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ  ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ବ୍ଲକ ଅଧକ୍ଷ ବିଶ୍ୱନାଥ ନାଏକ, ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ବେହେରା, ରେଞ୍ଜର ପବିତ୍ର ମୋହନ ନାଏକ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭେନ୍ଦୁ ମୋହନ ବଳ, ୱସ୍କା ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତ ପ୍ରମୁଖ ଯୋଗ ଦେଇ ଭୂମିହୀନଙ୍କୁ ପଟା ବଣ୍ଟନ କରିଛନ୍ତି ।

Comments are closed.