Latest Odisha News

BREAKING NEWS

ମ୍ୟାଟ୍ରିକ ଖାତା ଦେଖା ପ୍ରସଙ୍ଗ: ଶିକ୍ଷକଙ୍କ ପାଇଁ ୫୦ଲକ୍ଷ ବୀମା ରାଶି ଦାବି କଲା ଶିକ୍ଷକ ସଂଘ ଓଷ୍ଟା

କଟକ: ମ୍ୟାଟ୍ରିକ ଖାତା ଦେଖୁଥିବା ପ୍ରତ୍ୟକ ଶିକ୍ଷକ ମାନଙ୍କୁ ୫୦ଲକ୍ଷ ରାଶି ବିଶିଷ୍ଟ ବୀମା ଭୁକ୍ତ କରିବାକୁ ଦାବି ରଖିଛି ରାଜ୍ୟ ମାଧ୍ୟମିକ ଶିକ୍ଷକ ସଂଘ ଓଷ୍ଟା ।

କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ମ୍ୟାଟ୍ରିକ ଖାତା ମୂଲ୍ୟାୟନରେ ନିଜକୁ ନିୟୋଜିତ କରିଥିବା ଶିକ୍ଷକଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରତ୍ୟକ ଶିକ୍ଷକଙ୍କୁ ୫୦ଲକ୍ଷ ରାଶି ବିଶିଷ୍ଟ ବୀମାଭୁକ୍ତ କରାଯିବା ନେଇ ଓଷ୍ଟା ସଂଘ ସମ୍ପାଦକ ମିଡ଼ିଆରେ ପ୍ରକାଶ କରିଛନ୍ତି ।

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅନୁଯାୟୀ, ଗୋଟିଏ ଉତ୍ତର ଖାତା କୁ ଏକାଧିକ ଶିକ୍ଷକ ଦେଖିବାକୁ କରାଯାଇଥିବା ବ୍ୟବସ୍ଥା, କରୋନା ସଂକ୍ରମଣ ର ଆଶଙ୍କାକୁ ବଢାଉଥିବା ବେଳେ ଏହି ବ୍ୟବସ୍ଥା ଦ୍ୱାରା ସାମାଜିକ ଦୁରତ୍ୱ ନିୟମର ଉଲଂଘନ ହେଉଥିବା ସେ ପ୍ରକାଶ କରିଛନ୍ତି ତଥା ସଂଘ ପକ୍ଷରୁ ଜଣେ ଶିକ୍ଷକ ଏକାବାର ଗୋଟିଏ ଉତ୍ତର ଖାତା ମୂଲ୍ୟାୟନ କରିବା ନେଇ ଶିକ୍ଷକ ସଂଘ ତରଫରୁ ଦାବୀ ରଖାଯାଇଛି ।

Leave A Reply

Your email address will not be published.